ଜେଲ ଯିବେ କଶ୍ମୀରର ଭ୍ରଷ୍ଟ ନେତା: ସତ୍ୟପାଲ ମଲ୍ଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଜେଲ ଯିବେ କଶ୍ମୀରର ଭ୍ରଷ୍ଟ ନେତା: ସତ୍ୟପାଲ ମଲ୍ଲିକ

ପାଣାଜି: ଗୋଆର ରାଜ୍ୟପାଳ ତଥା ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ କଶ୍ମୀର ଦୁର୍ନୀତିଖୋର ନେତାଙ୍କ ବିରୋଧରେ ବର୍ଷିଛନ୍ତି। ଆଗାମୀ ଦିନରେ ସମସ୍ତ ଦୁର୍ନୀତି ଖୋର ନେତା ଜେଲ୍ ଯିବେ ବୋଲି ସେ କହିଛନ୍ତି। ଦୁଇ ପିଢ଼ି ତଳେ ଯେଉଁ ନେତାଙ୍କ ବାପା ମାନେ ଶିକ୍ଷକ ଥିଲେ। ଆଜି ସେମାନଙ୍କର ସମ୍ପତ୍ତି ଶ୍ରୀନଗର, ଦିଲ୍ଲୀ, ଦୁବାଇ, ଲଣ୍ଡନ ଓ ଫ୍ରାନ୍ସ ଭଳି ସ୍ଥାନରେ ରହିଛି। ଗଣତନ୍ତ୍ରରେ ଅନେକ ଅପବ୍ୟବହାର ହୋଇଛି। କିନ୍ତୁ ଏହି ଅପବ୍ୟବହାର ସମାଧାନ ଗଣତନ୍ତ୍ରରେ ହିଁ ରହିଛି। ଯେଉଁ ନେତାମାନେ ଏହି ଅପବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ଚାଲିଛି। ଆଗାମୀ ଦିନରେ ସେଥିମଧ୍ୟରୁ କିଛି ଜେଲ୍ ଯିବେ ବୋଲି ସତ୍ୟପାଲ ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲା କେନ୍ଦ୍ର। ଏହାପରେ ଜମ୍ମୁ କଶ୍ମୀରକୁ ଜମ୍ମୁ ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି।



from Odisha Reporter https://ift.tt/34qnl43

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages