ବିଦେଶୀ ସ୍ୱାମୀଙ୍କୁ ଦେଶୀ ନାଁ ଦେଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ବିଦେଶୀ ସ୍ୱାମୀଙ୍କୁ ଦେଶୀ ନାଁ ଦେଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ୍‌ଙ୍କୁ ଏବେ ଏକ ଦେଶୀ ନାଁରେ ଡାକୁଛନ୍ତି। ସେ କରିଥିବା ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରୁ ଏ କଥା ସାମ୍ନାକୁ ଆସିଛି। ତା’ହେଲେ ଦେଶୀ ଗର୍ଲଙ୍କର ବିଦେଶୀ ସ୍ୱାମୀଙ୍କର ସେହି ଦେଶୀ ନାଁଟି କ’ଣ? ପ୍ରିୟଙ୍କା ତାଙ୍କୁ ‘ବାବୁ’ ବୋଲି ଡାକୁଛନ୍ତି।

ଆପଣମାନେ ତ ଜାଣିଥିବେ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କ ବାହାଘରକୁ ବର୍ଷେ ପୂରିବାକୁ ବସିଲାଣି। ଏଥିପାଇଁ ଆନିଭର୍ସରି ପୂର୍ବରୁ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ ଏକ କ୍ୟୁଟ୍ ଉପହାର ଦେଇଛନ୍ତି। ସେ ନିକ୍‌ଙ୍କୁ ‘ଗିନୋ’ ନାମକ ଏକ ଜର୍ମନ ଶେଫର୍ଡ଼ କୁକୁର ଉପହାରରେ ଦେଇଛନ୍ତି। ଏ ଗିଫ୍ଟ ବିଷୟରେ ନିକ୍‌ ନିଜ ଇନ୍‌ଷ୍ଟାଗ୍ରମ୍‌ରେ ଫଟୋ ଓ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆଉ ଏହି ପୋଷ୍ଟରେ ପ୍ରିୟଙ୍କା କମେଣ୍ଟ ଦେଇ ଲେଖିଛନ୍ତି, ‘ହାପି ଅଲ୍‌ମୋଷ୍ଟ ଆନିଭର୍ସରି ବାବୁ। ତୁମର ଚେହେରା ବହୁତ ମଜାଦାର୍‌ ଲାଗୁଛି ବାବୁ।’

ଏହି କମେଣ୍ଟରୁ ଜଣାପଡ଼ୁଛି ଯେ ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କର ଏହି ଦେଶୀ ନାଁ ରଖିଛନ୍ତି। ନାଁଟି ବି ଭାରି ବଢ଼ିଆ ହୋଇଛି।  ଆପଣମାନେ ତ ଜାଣିଥିବେ ଭାରତରେ ଏହି ‘ବାବୁ’ ନାଁଟି କେତେ ପ୍ରିୟ। ନିଜ ପ୍ରେମୀ ତଥା ସ୍ୱାମୀଙ୍କୁ ପ୍ରାୟ ଝିଅ ଏହି ନାଁରେ ଡାକିବାକୁ ଭଲପା’ନ୍ତି। ତେଣୁ ପ୍ରିୟଙ୍କା ଅବା ଏଥିରୁ କେମିତି ବର୍ତ୍ତିଥା’ନ୍ତେ!

 



from Odisha Reporter https://ift.tt/2QUicgx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages