ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତି ଜାଣନ୍ତି ନାହିଁ। ବିଜେପିର ରାଜ୍ୟସଭା ସାଂସଦ ତଥା ଅର୍ଥନୀତିରେ ହାଓ୍ୱାର୍ଡ ବିଶ୍ୱବିଦ୍ୟାଳୟରୁ ପ୍ରଶିକ୍ଷିଣ ନେଇଥିବା ସୁବ୍ରମଣ୍ୟମ ସ୍ୱାମୀ ଏହା କହିଛନ୍ତି।
ଶୁକ୍ରବାର ଦେଶର ଦ୍ୱିତୀୟ ତ୍ରୟୋମାସିକ ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ୪.୫ ପ୍ରତିଶତ ରହିଛି ଦେଶର ଅଭିବୃଦ୍ଧି ହାର। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତେବେ ଅଭିବୃଦ୍ଧି ହାର ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ନଭେମ୍ୱର ୨୭ରେ ରାଜ୍ୟସଭାରେ ସୀତାରମଣ ଦେଶର ଅଭିବୃଦ୍ଧି ବାବଦରେ ମତ ରଖିଥିଲେ।
ସୀତାରମଣ କହିଥିଲେ, ‘ଯଦି ଆପଣ ଅର୍ଥବ୍ୟବସ୍ଥାକୁ ଦେଖିବେ ତାହେଲେ ଲାଗୁଛି ଦେଶର ବିକାଶ ଧିମା ହୋଇଛି। ତେବେ ଏହା ମାନ୍ଦାବସ୍ଥା ନୁହେଁ’। ସୁବ୍ରମଣ୍ୟମ ସ୍ୱାମୀ ସୀତରାମଣଙ୍କ ଏହି ମତ ଉପରେ ତାତ୍ସଲ୍ୟ କରିବାକୁ ଯାଇ କହିଛନ୍ତି, ‘ସରକାର କହୁଛନ୍ତି ଦେଶର ଅଭିବୃଦ୍ଧି ହାର ୪.୮ ପ୍ରତିଶତ ରହିଛି। ହେଲେ ମୁଁ କହୁଛି ଦେଶର ଅଭିବୃଦ୍ଧି ହାର ୧.୫ ପ୍ରତିଶତ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତି ଜାଣନ୍ତି ନାହିଁ।’
ଏଥିସହ ସେ କହିଛନ୍ତି ଦେଶର ଅଭିବୃଦ୍ଧି ହାର ବାବଦରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ସଠିକ୍ ତଥ୍ୟ ଦେବାକୁ ଡ଼ରୁଛନ୍ତି। ସେ ଏବାବଦରେ ମଧ୍ୟ କିଛି ଜାଣି ନାହାନ୍ତି। ଦେଶର ବିକାଶ ହେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହାଯାଉଥିବା ସେ କହିଛନ୍ତି।
from Odisha Reporter https://ift.tt/33xp4Dn
No comments:
Post a Comment