କାଲିଠୁ କଡ଼ାକଡ଼ି ହେବ ସଡ଼କ ସୁରକ୍ଷା ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

କାଲିଠୁ କଡ଼ାକଡ଼ି ହେବ ସଡ଼କ ସୁରକ୍ଷା ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ହେବ। ହେଲେ ଗାଡ଼ି ଚାଳକଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ୩ ମାସ କୋହଳ କରିଛନ୍ତି। ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ରାଜ୍ୟ ସରକାର ଆଉ ୩ମାସ ବୃଦ୍ଧି କରିଛନ୍ତି।  ତେଣୁ ଏବେ ଚାଳକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହେବନି। ହେଲେ ଯେଉଁମାନେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିବେ ଧରାପଡ଼ିଲେ ସେମାନେ ଦଣ୍ଡିତ ହେବେ।

ଏନେଇ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସ୍‌ପିଙ୍କୁ  ଗାଇଡଲାଇନ୍ ଜାରି କରାଯାଇଛି। ଜୀବନ ପ୍ରତି ବିପଦ ଥିବା ୧୦ଟି ଦିଗ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ଟ୍ରାଫିକ ଓ ପୁଲିସ୍‌ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସଡ଼କ ନିରାପତ୍ତାକୁ କେହି ଉଲ୍ଲଘଂନ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତାକାଲିଠୁ ଆବଶ୍ୟକ ଡକ୍ୟୁମେଣ୍ଟ ଯାଞ୍ଚ ନ ହେଲେ ମଧ୍ୟ ଜୀବନ ପ୍ରତି ବିପଦ ଥିବା କିଛି ଦିଗକୁ ଗୁରୁତ୍ୱ ଦିଆଯାଇଛି। । ଯେପରିକି,  ହେଲମେଟ୍ ପିନ୍ଧି ନଥିଲେ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ରେଡ୍ ଲାଇଟ୍ ନ ମାନିଲେ, ମଦ ପିଇ କିମ୍ବା ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଉଥିଲେ, ଦୁଇ ଚକିଆରେ ୩ ଜଣ ବସିଥିଲେ, ଚାରି ଚକିଆ ଯାନରେ ସିଟ୍‌ବେଲ୍ଟ ନ ବାନ୍ଧି ଡ୍ରାଇଭିଂ କରୁଥିଲେ, ଯଦି ଓଭର ଲୋଡିଂ କରିଥିଲେ ଦଣ୍ଡିତ ହେବେ ଚାଳକ।  ଏଥିସହ ଗାଡ଼ି ଚାଳନାରେ ତ୍ରୁଟି ଧରାପଡ଼ିଲେ ଡକ୍ୟୁମେଣ୍ଟ ଯାଞ୍ଚ ବାଧ୍ୟତାମୂଳକ ନେଇ ଚିଠିରେ ନିର୍ଦ୍ଦେଶ ରହିଛି।



from Odisha Reporter https://ift.tt/2Y1mCnj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages