ମା’ କୋଳରୁ ଛୁଆ ଗାଏବ, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

ମା’ କୋଳରୁ ଛୁଆ ଗାଏବ, ମିଳିଲା ମୃତଦେହ

କୋରାପୁଟ(ସୂର୍ଯ୍ୟ ପାତ୍ର):  ମା’ କୋଳରୁ ହଠାତ୍‌ ଗାଏବ ହୋଇଗଲା ୩ମାସର ଶିଶୁ କନ୍ୟା। ଆଉ ଖୋଜାଖୋଜି ପରେ ଘରଠୁ କିଛି ଦୂରରୁ ମିଳିଲା ମୃତଦେହ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତ ଶିଶୁ କନ୍ୟାର ମା’ ଅନିତା ମୁଦୁଲିଙ୍କ କହିବାନୁଯାୟୀ, “ଗତ ରାତିରେ ମୋ’ ପାଖରେ ୩ ମାସର ଶିଶୁକନ୍ୟା ଓ ୨ ବର୍ଷର ଶିଶୁପୁତ୍ର ଶୋଇଥିଲେ।  ହେଲେ ରାତିରେ ହଠାତ୍‌ ନିଦ ଭାଙ୍ଗିବାରୁ ଛୁଆକୁ ପାଇ ନ ଥିଲି।  ଏହାପରେ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନିରାଶ ହୋଇଥିଲୁ।  ଆଜି ସକାଳୁ ଜଣେ ବଧିର ବ୍ୟକ୍ତି ଖଳାରେ ମୃତଦେହ ପଡ଼ିଥିବା ଦେଖି ଖବର ଦେଇଥିଲେ। ସେଠାକୁ ଯାଇ ଝିଅର ମୃତଦେହ ଦେଖିଥିଲୁ।”

ତେବେ କିପରି ଶିଶୁକନ୍ୟା ମା’ ପଦାକୁ ଆସିଲା,  କିପରି ତା’ର ମୃତ୍ୟୁ ହେଲା, କିମ୍ବା ହତ୍ୟା କରାଯାଇଛି ସେ ସମ୍ପର୍କରେ କିଛି  ଜଣାପଡ଼ିନାହିଁ । ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି।



from Odisha Reporter https://ift.tt/2DwwIDq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages