ରାଜଧାନୀ ଓ ପୁରୀରେ କୁହୁଡ଼ିର ଆସ୍ତରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

ରାଜଧାନୀ ଓ ପୁରୀରେ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱର ସକାଳୁ ସକାଳୁ କୁହୁଡ଼ି ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା।  ସେହିପରି ପୁରୀରେ ବି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।  କୁହୁଡ଼ି ଯୋଗୁ ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ସ୍ପଷ୍ଟଭାବେ ଦେଖାଯାଉନାହିଁ।

ତେବେ ନଭେମ୍ବର ସରି ଡିସେମ୍ବର ଆରମ୍ଭ ହେବାକୁ ଯାଉଥିଲେ ବି ଏବେ ଯାଏ ବିଶେଷ ଶୀତ ଅନୁଭୂତ ହୋଇନାହିଁ। ଅନ୍ୟପକ୍ଷରେ ଏଥର ଡିସେମ୍ବରରୁ      ଫେବୃଆରୀ ମାସ ମଧ୍ୟରେ ବଡ଼ ଶୀତ ହୋଇନପାରେ।  ଉତ୍ତର ଭାରତକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ ଶୀତ ବେଶି ଅନୁଭୂତ ହେବନାହିଁ।  ଏଥର ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ପୂର୍ବ ବର୍ଷ ତୁଳନାରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ତେଣୁ ହାଡ଼ଭଙ୍ଗା ଜାଡ଼ର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।



from Odisha Reporter https://ift.tt/35T3lrb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages