ମୁମ୍ବାଇ ଫେରିଲେ ନିଖୋଜ ଦୁଇ ଏନ୍‌ସିପି ବିଧାୟକ, ଅଜିତ୍‌ ପାୱାରଙ୍କୁ ଲାଗିପାରେ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ମୁମ୍ବାଇ ଫେରିଲେ ନିଖୋଜ ଦୁଇ ଏନ୍‌ସିପି ବିଧାୟକ, ଅଜିତ୍‌ ପାୱାରଙ୍କୁ ଲାଗିପାରେ ଝଟକା

ମୁମ୍ବାଇ:ପ୍ରତି ମିନିଟ୍‌ରେ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। କେତେବେଳେ ଅଜିତ୍‌ ପାୱାର ଏବଂ ତାଙ୍କ ଦାଦା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ ହେଲାଣି ତ ଆଉ କେତେବେଳେ ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି ବୋଲି ଏନ୍‌ସିପି କହିଲାଣି। ଏସବୁ ଭିତରେ ଏନ୍‌ସିପିର ଯେଉଁ ବିଧାୟକମାନେ ବିଜେପିକୁ ସମର୍ଥନ ନେଇ ଦାବି କରୁଥିଲେ ଓ ଦିଲ୍ଲୀ ଆସିଥିଲେ ସେମାନଙ୍କ ମଧ୍ୟରୁ ୨ ଜଣ ବିଧାୟକ ମୁମ୍ବାଇ ଫେରି ଆସିଛନ୍ତି।

ଏନ୍‌ସିପିର ଦୌଲତ୍‌ ଦରୋଡା ଓ ଅନୀଲ୍‌ ପାଟିଲ୍‌ ଆଜି ସକାଳେ ମୁମ୍ବାଇରେ ପହଞ୍ଚିଛନ୍ତି। ଫଳରେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏନ୍‌ସିପିର ଅଜିତ୍‌ ପାୱାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଥିବା କୁହଯାଉଛି।

ଦୌଲତ ଓ ଅନୀଲଙ୍କୁ ଏନ୍‌ସିପିର ୟୁଥ୍‌ କଂଗ୍ରେସ ନେତା ଦିଲ୍ଲୀରୁ ମୁମ୍ବାଇ ଫେରାଇ ଆଣିଛନ୍ତି। ଏହି ବିଧାୟକ ହରିୟାଣାର ଗୁରୁଗ୍ରାମରେ ଥିଲେ। ନିଖୋଜ ଏହି ଦୁଇ ବିଧାୟକ ଫେରିବା ପରେ ଏବେ ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ବିଧାୟକ ଶରଦଙ୍କ ଗ୍ରୁପ୍‌ରେ ଅଛନ୍ତି।

ସେପଟେ ଏନ୍‌ସିପି ନେତା ଦାବି କରିଛନ୍ତି, ଏହି ବିଧାୟକ ଗୁରୁଗ୍ରାମର ଏକ ହୋଟେଲ୍‌ରେ ରହିଥିଲେ। ସବୁ ବିଧାୟକ ଶରଦ ପାୱାରଙ୍କ ନେତୃତ୍ୱକୁ ସମର୍ଥନ କରିବେ ବୋଲି କହିଛନ୍ତି।

ନିଖୋଜ ଥିବା ଏନ୍‌ସିପିର ୪ ବିଧାୟକଙ୍କ ମଧ୍ୟରୁ ୩ ଜଣ ଦଳକୁ ଫେରି ଆସିଥିବା ବେଳେ ଜଣେ ବିଧାୟକ ଫେରି ନାହାନ୍ତି। ତାଙ୍କୁ ବୁଝାସୁଝା କରି ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି ବୋଲି ଏନ୍‌ସିପି କହିଛି।



from Odisha Reporter https://ift.tt/2qvZNMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages