ମେଟ୍ରୋରେ ବୃଦ୍ଧ ଦମ୍ପତ୍ତି, ଫଟୋ ହେଲା ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ମେଟ୍ରୋରେ ବୃଦ୍ଧ ଦମ୍ପତ୍ତି, ଫଟୋ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରେମର ସଂଜ୍ଞା ବୁଝିବା କଷ୍ଟକର। ଆଜିକାଲି ଦୁନିଆରେ ପରିଣତ ବୟସରେ ପ୍ରେମ ତିଷ୍ଠି ରହିବା ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ହେଲେ ବୟସର ସାୟାହ୍ନରେ ପରସ୍ପରର ସୁଖ ଦୁଃଖରେ ଭାଗୀଦାର ହୋଇପାରୁଥିବା ଯୋଡ଼ିଙ୍କ ପ୍ରେମକୁ ଶାସ୍ୱତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ଲୋକ ଏମିତି ବହୁ ପ୍ରତିଶୃତି ଦିଅନ୍ତି ସତ କିନ୍ତୁ ସେଥିରୁ ଖୁବ୍‌ କମ୍‌ ଏମିତି ଜୀବନ ବଞ୍ଚନ୍ତି।

ନିକଟରେ ସୋଶାଲ୍‌ ମିଡିଆରେ ଏକ ଦମ୍ପତ୍ତିଙ୍କର ଏକ ଫଟୋ ଭାଇରାଲ୍‌ ହେଉଛି। ଫଟୋରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ମୁଣ୍ଡରେ ସାଲ୍‌ ଘୋଡେଇ ଦେଉଥିବାର ଦେଖିବାକୁ ମିଳିଛି। ଦୁହେଁ ମେଟ୍ରୋରେ କେଉଁଠିକୁ ଯାତ୍ରା କରୁଛନ୍ତି। ଦମ୍ପତ୍ତି ବସିଥିବା ସିଟ୍‌ ପଛପଟେ LICର ଏକ ବିଜ୍ଞାପନ ମଧ୍ୟ ଲାଗିଛି। ଯେଉଁଥିରେ ଲେଖାଅଛି- ‘ଖୁସିଓଁ କି ସୁରୁୱାଦ୍‌। ଜିନ୍ଦେଗୀ ଭର୍‌ କା ସାଥ୍‌’।

ଗତ ଗୁରୁବାର ଋଷି ବାଗ୍ରି ନାମକ ଟ୍ୱିଟର ବ୍ୟବହାରକାରୀ ଏହି ଫଟୋକୁ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ଋଷି  କ୍ୟାପସନ୍‌ରେ ଲେଖିଥିଲେ- ‘ପିକ୍ଚର ଅଫ୍‌ ଦ ଡେ’।

ଯାହାର ଉତ୍ତରରେ କିଛି ଟ୍ୱିଟେରିଆନ୍‌ ସେ LICର ବିଜ୍ଞାପନ ଏହି ଦମ୍ପତ୍ତିଙ୍କ ପାଇଁ ପୁରା ଠିକ୍‌ ବୋଲି କହିଛନ୍ତି। ଆଉ କିଛି ଲୋକ ଜୀବନରେ ସେଇ ଭଲ ପାଇବା ଟିକକ ଦରକାର ଆଉ କିଛି ନୁହେଁ ବୋଲି ରିପ୍ଲାଏ ଦେଇଛନ୍ତି।

ଏହି ଟ୍ୱିଟ୍‌କୁ ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୩୦୦ରୁ ଅଧିକ ଲୋକେ ଏଥିରେ ରିପ୍ଲାଏ ଦେଇଛନ୍ତି।

 



from Odisha Reporter https://ift.tt/2Oel6Lk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages