ରାଜଧାନୀରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ରାଜଧାନୀରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୟୁନିଟ୍‌-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଅଜୟ ବାଗରକୁ ପୁଲିସ୍‌  ଗିରଫ କରିଛି।

ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍‌-୧ ଅଞ୍ଚଳର ଏକ ବସ୍ତିରେ ରହୁଥିଲେ। ଅଜୟ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଗତ ରାତିରେ ସମ୍ପୃକ୍ତ ଛାତ୍ରୀ ଜଣକ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଜୟ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଫେରାର ହୋଇଯାଇଥିଲେ।

ଏହି ଘଟଣାକୁ ନେଇ ସମ୍ପୃକ୍ତ ଛାତ୍ରୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।  ପୁଲିସ୍‌ ଏକ ଟିମ୍‌ ଗଠନ କରି ଘଟଣା ଘଟିଥିବା ସ୍ଥାନରେ ଥିବା ଆଖପାଖ ବସ୍ତି ଉପରେ ଚଢ଼ଉ କରି ଅଜୟକୁ ଗିରଫ କରିଥିଲା।

ଅଜୟର ଘର ପଶ୍ଚିମବଙ୍ଗରେ। ତେବେ ସେ ଭୁବନେଶ୍ୱରରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ।



from Odisha Reporter https://ift.tt/2qJAUfG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages