ରାଉରକେଲା(ଓଡ଼ିଶା ରିପୋର୍ଟର): ରବିବାର ବିଳମ୍ବିତ ରାତିରେ ରାଉରକେଲ ବାସନ୍ତି ନଗର ଓଭରବ୍ରିଜ୍ ଉପରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ବାସନ୍ତୀ କଲୋନୀର ସୁମିତ କୁଅଁର।
ରବିବାର ରାତିରେ ସୁମିତ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଭରବ୍ରିଜ୍ ବାଡ଼ାରେ ବାଡ଼େଇ ହୋଇ ଯାଇଥିଲେ। ଘଟଣାସ୍ଥଳରେ ସୁମିତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ୍ ତାଙ୍କ ସାଙ୍ଗଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରିଛି। ଗୁରୁତର ଅବସ୍ଥାରେ ଆଇସିୟୁରେ ତାଙ୍କ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ , ଦେଢ଼ ବର୍ଷ ପୂର୍ବେ ସୁମିତଙ୍କ ବିବାହ ହୋଇଥିଲା।
from Odisha Reporter https://ift.tt/32Btx7v
No comments:
Post a Comment