ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରି ପ୍ରଧାନଶିକ୍ଷକ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରି ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର(ପ୍ରଣୟ ପାଣି): ପୁଣି ଗୁରୁ ଶିଷ୍ୟ ପବିତ୍ର ବନ୍ଧନରେ ଲାଗିଲା କଳଙ୍କ । ଜଣେ ପ୍ରଧାନଶିକ୍ଷକ ହୋଇ ଛୋଟ ଛୋଟ ଝିଅଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବେଲଦା ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ବାଣେଶ୍ଵର ପାତ୍ର।

ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢ଼ନ୍ତି।  ଏଥିସହ ହଷ୍ଟେଲରେ ୪୦ ପାଖାପାଖି ଝିଅ ରୁହନ୍ତି। ହେଲେ ପ୍ରଧାନଶିକ୍ଷକ ବାଣେଶ୍ଵର ସେମାନଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ନିଜେ ହିଁ ସେମାନଙ୍କୁ ଅସଦାଚରଣ କରି ଆସୁଥିଲେ। ଖାଲି ସେତିକି ନୁହେଁ ପାଠ ପଢ଼ାଇବା ବଦଳରେ  ପିଲାମାନଙ୍କୁ ସ୍କୁଲ ଓ ହଷ୍ଟେଲ କ୍ୟାମ୍ପସରେ ଶ୍ରମିକମାନଙ୍କ ଭଳି ଖଟାଉଥିବା ପିଲାମାନେ ଅଭିଯୋଗ ଆଣିଛନ୍ତି।

ଗତ ଶନିବାର ରାତିରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ମଦ୍ୟପ ଅବସ୍ଥାରେ ହଷ୍ଟେଲରେ ଝିଅମାନଙ୍କୁ ଟଣା ଓଟରା କରିଥିଲେ । ହେଲେ ଏହା ଅସହ୍ୟ ହେବାରୁ  ଗତକାଲି ସନ୍ଧ୍ୟାରେ ଶିକ୍ଷକଜଣଙ୍କ ମାତାଲ ଅବସ୍ଥାରେ ଝିଅଙ୍କୁ ପାଟିତୁଣ୍ଡ କରି ଖାଇ ସାରି ତାଙ୍କ ରୁମ୍‌କୁ ଯିବାକୁ କହିଥିଲେ ।  ଏହାଶୁଣି ଭୟଭୀତ ହୋଇ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଝିଅ    ଅନ୍ଧାର ହେବା କ୍ଷଣି  ହଷ୍ଟେଲ ଛାଡ଼ି ପାଖରେ ଥିବା ଜଣେ ଅଭିଭାବକଙ୍କ ଘରକୁ ପଳାଇ ଯାଇଥିଲେ। ଉକ୍ତ ବ୍ୟକ୍ତିଜଣକ ଏ ସମ୍ପର୍କରେ  ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଜଣାଇବା ସହ ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ। ରାତିରେ ପୁଲିସ୍‌ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିବା ସହ ଅନ୍ୟ ମହିଳା ଶିକ୍ଷତ୍ରୀଙ୍କୁ  ପିଲାଙ୍କ ହସ୍ତାନ୍ତର କରିଥିବା ଜଣାଯାଇଛି।

 



from Odisha Reporter https://ift.tt/2r1d3bu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages