ଚକ୍ରାନ୍ତଙ୍କ ଚକ୍ରାନ୍ତ; ୫ବର୍ଷ ହେବ ସାଜିଛନ୍ତି ନକଲି ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ଚକ୍ରାନ୍ତଙ୍କ ଚକ୍ରାନ୍ତ; ୫ବର୍ଷ ହେବ ସାଜିଛନ୍ତି ନକଲି ଡାକ୍ତର

ସୁନ୍ଦରଗଡ଼ (ବିଜୟ ବରୁଆ): ପଦାରେ ପଡ଼ିଛି ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର। ଏଠାରେ ନକଲି ଡାକ୍ତରଙ୍କ ହାତରେ ରହିଛି ରୋଗୀଙ୍କ ଭାଗ୍ୟ। ଏହି ଜିଲ୍ଲାରେ ନିକଟରେ ଜଣେ ନକଲି ଡାକ୍ତର ଧରାପଡ଼ି ଜେଲ ଯାଇଥିବା ବେଳେ ଏବେ ଆଉ ଜଣେ ନକଲି ଡାକ୍ତରଙ୍କ କାରନାମା ସାମ୍ନାକୁ ଆସିଛି। ତାଙ୍କ ନାଁ ଚକ୍ରାନ୍ତ ବେହେରା। ନାଁ ଯେମିତି କାମ ବି ତାଙ୍କର ସେମିତି। ଦୀର୍ଘ ୫ବର୍ଷ ହେବ ଚକ୍ରାନ୍ତ ଜିଲ୍ଲାର ବନ୍ଧବାହାଲ ଗାଁରେ ମେଡିସିନ ଷ୍ଟୋର ବାହାନାରେ ଏକ କ୍ଲିନିକ କରି ବିଧିବଦ୍ଧ ଭାବରେ ଚିକିତ୍ସା କରି ଆସୁଛନ୍ତି।

ବାହାରୁ ଦେଖିଲେ ଏହା କେବଳ ଔଷଧ ଦୋକାନଟିଏ ଭଳି ଲାଗୁଛି। ହେଲେ ଭିତରେ ଟିକିଏ ଅଲଗା ବ୍ୟବସ୍ଥା ରହିଛି। ଭିତରେ ରୋଗୀଙ୍କ ପାଇଁ ତିନୋଟି ଶଯ୍ୟା ପଡ଼ିଛି। ରକ୍ତ ପରୀକ୍ଷା କରିବା ମେସିନ ରଖାଯାଇଛି। ସେଠାରେ ଏକ ଚେୟାରରେ ବସି ଚକ୍ରାନ୍ତ ରୋଗୀ ଦେଖୁଛନ୍ତି। ଏହାସହ ରୋଗୀଙ୍କ ରକ୍ତ ପରୀକ୍ଷା କରିବା ପରେ ଇଞ୍ଜେକସନ ମଧ୍ୟ ନିଜେ ଦେଉଛନ୍ତି।। କେହି ଏହାକୁ ଦେଖିଲେ ଚକ୍ରାନ୍ତଙ୍କ ମିନି ଡାକ୍ତରଖାନା ବୋଲି କହିବାକୁ   ପଛାଇବେ ନାହିଁ।

ଏହି ନକଲି ଡାକ୍ତର ଜଣଙ୍କ କୋଲକାତାର ଅଲଟରନେଟିଭ ମେଡିକାଲ କାଉନସିଲରୁ ଏମ୍‌ବିବିଏସ୍ ଡିଗ୍ରୀଧାରୀ। ଏହା ସହିତ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଆଣ୍ଡ ହାଇଜିନ ଲାବୋରାଟୋରି ଟେକ୍ନୋଲୋଜିରୁ ଡିପ୍ଲୋମା ସାର୍ଟିଫିକେଟଧାରୀ । ତେବେ ଏହି ଦୁଇ ସଂସ୍ଥାର ସାର୍ଟିଫିକେଟକୁ ଇଣ୍ଡିଆନ ମେଡିକାଲ କାଉନସିଲ କିମ୍ବା ରାଜ୍ୟ ସରକାର ମାନ୍ୟତା ଦେଇନାହାନ୍ତିା ଏହା ସହିତ ନିୟମ ଅନୁସାରେ ଜଣେ ଏମବିବିଏସ ଡାକ୍ତର ଯିଏ ଇଣ୍ଡିଆନ ମେଡିକାଲ କାଉନସିଲରେ ରେଜିଷ୍ଟ୍ରିଭୁକ୍ତ କେବଳ ସେ ଏଲୋପାଥି ମେଡିସିନ ପ୍ରାକଟିସ କରିପାରିବ। ଏହା ସହିତ କ୍ଲିନିକ କରିବା ପାଇଁ ସିଡିଏମଓଙ୍କଠାରୁ କ୍ଲିନିକାଲ ଏସଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ମଧ୍ୟ ନେବା କଥା, ତାହା ମଧ୍ୟ ତାଙ୍କ ପାଖରେ ନାହିଁ।

ହେଲେ ଦୁଇରୁ ତିନିଟି ନକଲି ସାର୍ଟିଫିକେଟ ହାତେଇ ଚକ୍ରାନ୍ତ ଡାକ୍ତର ସାଜିଛନ୍ତି । ଏହି ନକଲି ଡାକ୍ତରଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ଖବର ନାହିଁ। ନକଲି ଡାକ୍ତର ଚକ୍ରାନ୍ତ ବେହେରା କହିଛନ୍ତି,“ ମୋ କ୍ଲିନିକ ରେଜିଷ୍ଟ୍ରେସନ ହୋଇନାହିଁ। ଏହାକୁ ପ୍ରାଇଭେଟ୍‌ ଭାବେ ମୁଁ କରିଛି।”

କେବଳ ବନ୍ଧବାହାଲରେ ନୁହେଁ ଚକ୍ରାନ୍ତଙ୍କ ଆଉ ଏକ କ୍ଲିନିକ ଛତିଶଗଡ଼ରେ ମଧ୍ୟ ରହିଛି। ଯେଉଁଠାକୁ ସେ ସପ୍ତାହକୁ ଦିନେ ଯାଇ ରୋଗୀ ଦେଖନ୍ତିା

ସୁନ୍ଦରଗଡ଼ ସିଡିଏମଓଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, “ସେ କେଉଁଠି ସାର୍ଟିଫିକେଟ୍‌ ଆଣିଛନ୍ତି, କ’ଣ କରୁଥିଲେ -ଏନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଜଣେ ଏମ୍‌ବିବିଏସ୍ ଡିଗ୍ରୀଧାରୀ ଡାକ୍ତର କ୍ଲିନିକ କରିପାରିବେ। ହେଲେ ଜଣେ ଫାର୍ମାସିଷ୍ଟ ହିଁ ଖାଲି ମେଡିସିନ୍‌ ଷ୍ଟୋର କରିପାରିବେ ଓ ଡାକ୍ତରଙ୍କ ପରାମର୍ଶରେ ସେ ଔଷଧ ବିତରଣ କରିପାରିବେ, କିନ୍ତୁ ପ୍ରାକ୍ଟିସ୍‌ କରିପାରିବେ ନାହିଁ।”

କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଜଣେ ନକଲି ଡାକ୍ତର ପଦ୍ମନାଭନ ମୁଖୀ କାରୁଆଙ୍କୁ ପୁଲିସ୍‌ କରିଥିଲା। ସ୍ୱାସ୍ଥ୍ୟ ବିଭାଗ ଆଖିରେ ଧୂଳି ଦେଇ ନକଲି ସାର୍ଟିଫିକେଟ ବଳରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ ମସିହାରେ ନିଯୁକ୍ତି ପାଇଥିଲେ ପଦ୍ମନାଭନ।  ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିବା ସହ ତିନି ବର୍ଷ କାଳ ରୋଗୀଙ୍କ ଜୀବନ ସହ ଖେଳି ଚାଲିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସେ ଧରାପଡ଼ିଥିଲେ।

ନିଯୁକ୍ତି ବେଳେ ପଦ୍ମନାଭନ ୨୦୦୨ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିବାର ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ପୂର୍ବରୁ ସେ ଏହି ପ୍ରମାଣପତ୍ର ଦେଖାଇ ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରିଥିଲେ।

 



from Odisha Reporter https://ift.tt/34ZaGF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages