ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ଅତାବିରା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ଅତାବିରା ବନ୍ଦ

ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଚାଷୀ ଏବଂ ଚାଷୀ ସଙ୍ଗଠନ ବିରୋଧ ଜାରି ରଖିଛନ୍ତି । ଟୋକନକୁ ବିରୋଧ କରି ଅତାବିରାରେ ଆଜି ବନ୍ଦ ପାଳନ କରାଯାଉଛି। ସମାଧାନ ଲାଗି ଗତକାଲି ବରଗଡ଼ ଜିଲ୍ଲାପାଳ ଏକ ବୈଠକ ଡାକି ଚାଷୀ ଓ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ବୈଠକ ସଫଳ ହୋଇଥିବା ଜିଲ୍ଲାପାଳ କହିଥିଲେ ମଧ୍ୟ କିଛି ସମାଧାନ ବାହାରି ପାରିନଥିବା କହିଛନ୍ତି ଚାଷୀ ନେତା  ।

ଧାନ ମାର୍କେଟ ୟାର୍ଡରେ ପହଞ୍ଚି ସାରିଛି। ସେସବୁକୁ ଅଗ୍ରାଧିକାର ଭିତ୍ତିରେ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ବୈଠକ ବିଫଳ ହୋଇଥିବା କହି ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ଚାଷୀ ଓ ଚାଷୀନେତା । ପୂର୍ବବର୍ଷ ଭଳି ପି-ପାସ ମାଧ୍ୟମରେ ଧାନ କିଣାଯାଉ । ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍‌ରେ ଅଡ଼ି ବସିଛନ୍ତି ଚାଷୀ।



from Odisha Reporter https://ift.tt/2XtdlEx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages