ଆଜି ସରିବ ବାଲିଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଆଜି ସରିବ ବାଲିଯାତ୍ରା

କଟକ(ଓଡ଼ିଶା ରିପୋର୍ଟର): ଆଜି ସରୁଛି ଐତିହାସିକ କଟକ ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିବାରୁ ଭିଡ଼ ବେଶି ଜମିବା ଆଶା କରାଯାଉଛି। ଗତକାଲି ସନ୍ଧ୍ୟାରେ ଲୋକାରଣ୍ୟ ହୋଇପଡ଼ିଥିଲା ବାଲିଯାତ୍ରା ପଡ଼ିଆ। ଗଣକବି ବୈଷ୍ଣବ ପାଣି ମଞ୍ଚରୁ ସରଗରମ କରିଥିଲା ବଲିଉଡ଼ କଣ୍ଠଶିଳ୍ପୀ କେକେଙ୍କ ସଂଗୀତ ପରିବେଷଣ। ହିନ୍ଦୀ ସିନେମାର ଅନେକ ସୁପରିହଟ୍ ଗୀତ ପରିବେଷଣ କରିଥିଲେ କେ.କେ। ଆଉ ସେଥିରେ ମତୁଆଲା ହୋଇ ଝୁମିଥିଲେ ଦର୍ଶକ।

କେକେଙ୍କ ସଂଗୀତ ସହ ତାଳ ମିଳାଇ ନାଚିଥିଲେ ଦର୍ଶକ। ତାଙ୍କର ପ୍ରତ୍ୟେକଟି ଗୀତ ଦର୍ଶକଙ୍କୁ ଯୋଗାଇଥିଲା ଭରପର ମନୋରଞ୍ଜନା। ବାଲିଯାତ୍ରା ସରି ଆସୁଥିବାରୁ ଗତକାଲି ଦର୍ଶକଙ୍କ ଭିଡ ବେଶ ଜମିଥିଲା। ବୁଲାବୁଲି ସାଙ୍ଗକୁ କିଣାକିଣି ଆଉ ତା’ସାଙ୍ଗକୁ  ବିଭିନ୍ନ ଖାଦ୍ୟର ମଜା ଉଠାଇଥିଲେ ଦର୍ଶକ। ବିଭିନ୍ନ ଦୋଳି ନିକଟରେ ମଧ୍ୟ ଭିଡ଼ ଜମାଇଥିଲେ ପିଲାଠୁ ବୟସ୍କ। ବାଲିଯାତ୍ରାର ଶେଷ ଦିନ ଥିବାରୁ ଆଜି ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି।



from Odisha Reporter https://ift.tt/2DbaSFv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages