ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡାକଡ଼ି କରାଯିବ। ଏହି ଖବର ପ୍ରଚାରିତ ହେବା ପରଠୁ ଛାନିଆ ହୋଇ ପଡ଼ିଲେଣି ଗାଡ଼ି ଚାଳକ। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ ଚଳଚଞ୍ଚଳ ହୋଇ ଉଠିଛି। ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡିର କାଗଜପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍ରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି।
ନିଜ କାମଦାମ ନ କରି ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହେବା ସତ୍ତ୍ୱେ ମଧ୍ୟ କାମ ହୋଇପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଏପଟେ ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ଲାଗି ସରକାର ପଦକ୍ଷେପ ନେଇଥିବା ବେଳେ ପୁଣି ଦଲାଲ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହେଉଛି। ତେବେ ଦଲାଲ ସକ୍ରିୟ ଅଭିଯୋଗ ନେଇ ଆରଟିଓ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
from Odisha Reporter https://ift.tt/35leQHg
No comments:
Post a Comment