ଟ୍ରକ୍‌କୁ ଧକ୍କା ଦେଇ ଗଛରେ ପିଟିହେଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଟ୍ରକ୍‌କୁ ଧକ୍କା ଦେଇ ଗଛରେ ପିଟିହେଲା ବସ୍‌

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରର ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଆଜି ସକାଳେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ  ଧକ୍କା ହେବାପରେ ବସ୍‌ଟି ଗଛରେ ଯାଇ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ‘ସାହୁ’ ନାମକ ଯାତ୍ରୀବାହୀ ବସ୍‌ ବାଲେଶ୍ୱରରୁ ଉଦଳା ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ବସ୍‌ର  ଧକ୍କା ହୋଇଥିଲା। ଉକ୍ତ ସମୟରେ ବସ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/37vSips

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages