ନୂଆଦିଲ୍ଲୀ: ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୧୬ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ରହିଛି । ଏହି ଅବସରରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ଏହାପରେ ବ୍ୟାଙ୍କକକରେ ଆରସିଇପି (ରିଜିଓନାଲ କମ୍ପ୍ରେନସିଭ ଇକୋନମିକ ପାର୍ଟନରସିପ୍)ରେ ଭାରତର ଆର୍ଥିକ ଭାଗିଦାରୀକୁ ନେଇ ଆଲୋଚନା ହେବ।
ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆରସିଇପିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଶନିବାର ଦଳୀୟ ବୈଠକରେ ସୋନିଆ ଗାନ୍ଧି କହିଥିଲେ, ଭାରତ ୧୬ତମ ଏସିଆନ ଦେଶର କ୍ଷେତ୍ରୀୟ ମୁକ୍ତ ବ୍ୟାପାର (ଏଫଟିଏ) ଏବଂ ଆରସିଇପି ଉପରେ ଚୁକ୍ତି କରିବାକୁ ଯାଉଛି। ଏହା ଦେଶର ଚାଷୀ, ବ୍ୟବସାୟୀ, ଦୋକାନୀଙ୍କ ପାଇଁ ଚିନ୍ତାର ବିଷୟ। ଆଗାମୀ ଦିନରେ ଦେଶର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେବ ବୋଲି ସେ କହିଥିଲେ। ଏହାଦ୍ୱାରା ଦେଶର ଲାଭ ହେବନି ବରଂ ଯେଉଁମାନେ ପୁଞ୍ଜି ନିବେଶ କରିବେ ସେମାନଙ୍କର ଲାଭ ହେବ ବୋଲି ସେ କହିଥିଲେ। ଦେଶରେ ଦେଖାଦେଇଥିବା ଅର୍ଥବ୍ୟବସ୍ଥାର ସମାଧାନ ପରିବର୍ତ୍ତେ ମୋଦି ସରକାର ଏଭଳି ଚୁକ୍ତି କରିବାକୁ ନାପସନ୍ଦ କରିଥିଲେ ସୋନିଆ।
ଏବେ ସୋନିଆଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୂୟୂଷ ଗୋଏଲ। ଏଥିସହ ସେ ପ୍ରଶ୍ନ କରିଛନ୍ତି “ସୋନିଆ ଗାନ୍ଧି ଓ କଂଗ୍ରେସ ହଠାତ୍ ଆରସିଇପି ଓ ଏଫଟିଏକୁ ନେଇ ଜାଗ୍ରତ ହୋଇଛନ୍ତି। ୨୦୦୪ରେ କଂଗ୍ରେସ ସରକାର ଥିଲା। ସେହି ସମୟରେ ୭ ବିଲିଅନର ଡଲାର ବ୍ୟବସାୟିକ କ୍ଷତି ଥିଲା। ୨୦୧୪ ବେଳକୁ ଏହା ବଢ଼ି ୭୮ ବିଲିୟନ ଡଲାର ହୋଇଥିଲା। ସେତେବେଳେ ସୋନିଆ ଗାନ୍ଧି କେଉଁଠି ଥିଲେ? ୨୦୧୧-୧୨ରେ କଂଗ୍ରେସ ସରକାର ଥିଲା। ସେହି ସମୟରେ ଚାଇନା ସହିତ ଭାରତ ଆରସିଇପି ବୈଠକ କରିବା ପାଇଁ କିଏ ବାଧ୍ୟ କରିଥିଲା? ସେତେବେଳେ ସୋନିଆ ଗାନ୍ଧି କେଉଁଠି ଥିଲେ? ୨୦୧୦ରେ ଏସିଆନ ଦେଶ ସହ ଏଫଟିଏର ଚୁକ୍ତି ହୋଇଥିଲା। ୨୦୧୧ରେ ମାଲେଶିଆ, ଜାପାନ ସହିତ ଏଫଟିଏରେ ସ୍ୱାକ୍ଷିରତ ହୋଇଥିଲା। ସେ ସମୟରେ ସୋନିଆ ଗାନ୍ଧି କେଉଁଠି ଥିଲେ?”।
ସେ ଆହୁରି କହିଛନ୍ତି ଭାରତରେ ବ୍ୟବସାୟ ପାଇଁ ଏସିଆନ ଦେଶକୁ ୭୪ ପ୍ରତିଶତ ବଜାର ଦେଇଥିଲା କଂଗ୍ରେସ ସରକାର। ହେଲେ ଇଣ୍ଡୋନେସିଆ ଭଳି ଧନୀ ରାଷ୍ଟ୍ରକୁ ମାତ୍ର ୫୦ ପ୍ରତିଶତ ବଜାର କାହିଁକି ଦେଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସୋନିଆ ଗାନ୍ଧି କାହିଁକି ସେତେବେଳେ ପ୍ରଶ୍ନ କଲେନି? ୨୦୦୭ରେ ଯେତେବେଳେ ଭାରତ ଏବଂ ଚୀନ ଏଫଟିଏକୁ ନେଇ ସହମତି ପ୍ରକାଶ କରିଥିଲେ ସେତେବେଳେ ସୋନିଆ କାହଁକି ଚୁପ ଥିଲେ?।
Where was Sonia ji when her Govt agreed to explore an India-China FTA in 2007? I hope ex PM Dr Manmohan Singh will speak up against this insult to him
4/5— Piyush Goyal (@PiyushGoyal) November 2, 2019
ଆଗାମୀ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋନିଆଙ୍କ ମନ୍ତବ୍ୟ ବିରୋଧରେ ନିଜର ମତ ରଖିବେ ବୋଲି ପୀୟୁଷ କହିଛନ୍ତି। ଆରସିଇପିକୁ ନେଇ ଦେଶ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ପୂର୍ବରୁ କହିଥିଲେ ଗୋଏଲ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରସିଇପିକୁ ନେଇ ଯେଭଁ ଚୁକ୍ତି କରିବାକୁ ଯାଉଛନ୍ତି ସେଥିରେ ଦେଶର ସ୍ୱାର୍ଥ ଅଧିକ ରହିଛି ବୋଲି ପୀୟୂଷ ସଫେଇ ଦେଇଛନ୍ତି। ଆରସିଇପିକୁ ନେଇ ଥାଇଲାଣ୍ଡ ସହ ଭାରତର ମତ ପାର୍ଥକ୍ୟ ରହିଛି। ମୋଦିଙ୍କ ଏହି ଗସ୍ତ ବେଳେ ଏହି ଦୀର୍ଘ ଦିନର ମତ ପାର୍ଥକ୍ୟ ଦୂର ହେବ ବୋଲି ଜଣାପଡ଼ିଛି।
ଆରସିଇପି ଓ ଏଫଟିଏ କ’ଣ?
ଦେଶ ଦେଶ ମଧ୍ୟରେ ମୁକ୍ତ ବ୍ୟବସାୟ ପାଇଁ ଆରସିଇପି ଏବଂ ଏଫଟିଏ ଏକ ଚୁକ୍ତି। ଏହି ଆରସିଇପି ଦକ୍ଷିଣ ଏସିଆର ୧୦ଟି ଦେଶ (ବ୍ରୁନେଇ, କମ୍ୱୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ, ଫିଲିପାଇନ୍ସ, ଲାଓସ ଏବଂ ଭିଏତନାମା)କୁ ନେଇ ଗଠିତ। ଆରସିଇପି ସହିତ ଏଫଟିଏ (ଫ୍ରି ଟ୍ରେଡ ଏଗ୍ରିମେଣ୍ଟ)ର ଚୁକ୍ତି ରହିଛି। ଏଫଟିଏ ମଧ୍ୟରେ ଭାରତ, ଚୀନ, ଜାପାନ, ସାଉଥ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ରହିଛି।
from Odisha Reporter https://ift.tt/2JJIm1i
No comments:
Post a Comment