ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍ବୁଲ୍’ ପାରାଦୀପଠାରୁ ୧୩୦ କି.ମି. ଦୂରରେ ରହିଛି। ଏହା ପ୍ରଭାବରେ ଧୀରେ ଧୀରେ ପବନର ବେଗ ବଢ଼ୁଛି। ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ୩୫୦, ବାଲେଶ୍ୱର ଜିଲ୍ଲାରେ ୩୧୧ ଓ ଭୋଗରାଇ ସୁବର୍ଣ୍ଣପୁର ଦ୍ୱୀପରୁ ୨୫ ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି।
ପର୍ଯ୍ୟଟକମାନଙ୍କୁ ହୋଟେଲ୍ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୁଲ୍ବୁଲ୍’ ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି।
ସେହିପରି ଅମଳ ସମୟ ହୋଇଥିବାରୁ ଧାନ ଫସଲ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ କୃଷି ବିଭାଗ ଜାରି କରିଥିବା ଆଡଭାଇଜରିକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ୯ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି ଛୁଟି ରଖିବାକୁ ପୂର୍ବରୁ ଘୋଷଣା କରାଯାଇଛି।
from Odisha Reporter https://ift.tt/34KidY4
No comments:
Post a Comment