‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୫୯ ମିମି ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୫୯ ମିମି ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍ବୁଲ୍’ ଆଜି ଦିନ ୧୦ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବାକୁ ଥିବା ବେଳେ ଏହାର ପ୍ରଭାବରେ ଗତ ୨୪ଘଣ୍ଟାରେ ପାରାଦୀପରେ ସର୍ବାଧିକ ୧୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଇଏମ୍‌ଡିର ସୂଚନା ଅନୁଯାୟୀ, ବୁଲ୍‌ବୁଲ୍‌ ଏବେ ପରାଦୀପ ଠାରୁ ୧୩୦ କି.ମି. ଦୂରରେ ରହିଛି।

ବୁଲ୍‌ବୁଲ୍ ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସହିତ ପବନ ବି ହେଉଛି। ପବନରେ କିଛି ଜାଗା ଗଛ ମଧ୍ୟ ଉପୁଡି ପଡ଼ିଛି। କେବଳ ପାରାଦୀପ ନୁହେଁ, ଚାନ୍ଦବାଲି ଓ ବାଲେଶ୍ୱର ଆଦି ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ୧୪୩ ମିମି ଓ ବାଲେଶ୍ୱରରେ ୩୨ ମିମି ବର୍ଷା ରେର୍କଡ କରାଯାଇଛି।

ସେହିପରି ପୁରୀ, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହାସହ ଧୀରେ ଧୀରେ  ପବନର ବେଗ ମଧ୍ୟ  ବଢ଼ୁଛି।

ସୁରକ୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।। ଜଗତସିଂହପୁର ଜିଲ୍ଲାରେ ୩୫୦ ଓ ବାଲେଶ୍ୱର ଜିଲ୍ଲାରେ ୩୧୧ ଓ ଭୋଗରାଇ ସୁବର୍ଣ୍ଣପୁର ଦ୍ୱୀପରୁ ୨୫ ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି।



from Odisha Reporter https://ift.tt/2NwBV3Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages