ଝାରସୁଗୁଡ଼ା(ଭାଗିରଥୀ ସାହୁ): କଥାରେ ଅଛି, ରଖେ ହରି ତ ମାରେ କିଏ । କେଉଁଠି ସାମାନ୍ୟ ଦୁର୍ଘଟଣାରେ ମଣିଷ ଆଖି ବୁଜୁଛି ତ କେଉଁଠି ଟ୍ରେନ୍ ଚକା ତଳୁ ବି ଫେରି ଆସୁଛି ଜୀବନ। ଏଭଳି ଏକ ଅବିଶ୍ୱନୀୟ ଘଟଣା ଘଟିଛି ଝାରସୁଗୁଡ଼ା ରେଳ ଷ୍ଟେସନରେ।
ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।ସମଲେଶ୍ୱରୀ ଏକ୍ସପ୍ରେସ ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ବ୍ୟକ୍ତି ଜଣଙ୍କ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି ସମୟରେ ତାଙ୍କ ଗୋଡ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଆର୍ପିଏଫ୍ ଓ ଉପସ୍ଥିତ ଯାତ୍ରୀ ସଙ୍ଗେସଙ୍ଗେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ବ୍ୟକ୍ତି ଜଣଙ୍କ ଜଣେ ଘୁଘୁନି ବ୍ୟବସାୟୀ ବୋଲି ଜଣାପଡ଼ିଛି। ସେ ଟ୍ରେନରେ ଘୁଘୁନି ବିକିବା ପାଇଁ ସମଲେଶ୍ୱରୀ ଏକ୍ସପ୍ରେସ ଚଢ଼ୁଥିବା ବେଳେ ଏପରି ଅଘଟଣ ଘଟିଥିଲା। ଏହି ଅଘଟଣର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି।
from Odisha Reporter https://ift.tt/333YbaF
No comments:
Post a Comment