ଲୁଟ୍‌ କରି ଚମ୍ପଟ ମାରୁଥିଲେ, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ଲୁଟ୍‌ କରି ଚମ୍ପଟ ମାରୁଥିଲେ, ଧରା ପଡ଼ିଗଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଲୁଟ୍‌ ଯୋଜନାରେ ବ୍ୟାଙ୍କକୁ ଯାଇଥିଲେ। ସୁଯୋଗ ଦେଖି ସେଠାରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମଧ୍ୟ ମାରିଲେ। ହେଲେ ସେଠାରୁ ଫେରାର ହେଉଥିବା ସମୟରେ  ଘଟିଲା ଦୁର୍ଘଟଣା। ଏହାପରେ ନିର୍ଦ୍ଦୂମ ଛେଚି ସ୍ଥାନୀୟ ଲୋକେ ପୁଲିସ୍‌ ଜିମା ଦେଲେ । ଏପରି ଘଟଣା  ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ହୋଇଥିବା ଜଣାଯାଇଛି।

ଯୁବକଦ୍ୱୟ ରୁପ୍ସା ଅଞ୍ଚଳର ଏକ ବ୍ୟାଙ୍କ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ବାଇକ୍‌ରେ ପଳାଉଥିଲେ । ଏହି ସମୟରେ ଏକ ହମ୍ପସ୍‌ରେ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଦୋକାନରେ ଧକ୍କା ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ ୨ ଯୁବକଙ୍କୁ ଛେଚିବା ପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ।

ଉକ୍ତ ଯୁବକଦ୍ୱୟଙ୍କଠାରୁ ଲୁଟ୍‌ ହୋଇଥିବା ୨୦ ହଜାର ଟଙ୍କା ସହ ଏକ କଟୁରୀ ମଧ୍ୟ ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନ ମାଲିକ ଅଜିତ କୁମାର ହାତି ରୁପ୍ସା ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ୨ ଅଭିଯୁକ୍ତ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2CQKcJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages