ବିବାଦରେ ରାଣୀଙ୍କ ଫିଲ୍ମ ‘ମର୍ଦାନୀ-୨’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ବିବାଦରେ ରାଣୀଙ୍କ ଫିଲ୍ମ ‘ମର୍ଦାନୀ-୨’

 

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ-୨’ର ଟ୍ରେଲର ରିଲିଜ୍ ହେଉ ହେଉ ବିବାଦ ଆରମ୍ଭ ହୋଇଗଲାଣି। ଆଉ ଏହି ବିବାଦ ଧିରେ ଧିରେ ଘନେଇବାକୁ ଲାଗିଲାଣି। ଫିଲ୍ମକୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଇଛି। ଫିଲ୍ମରେ କୋଟାର ନାଁ ବଦନାମ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ରାଜସ୍ଥାନର କୋଟା ସହର ଉପରେ ତିଆରି ହୋଇଛି। ଏହି ସହରକୁ ଦେଶର କୋଣ ଅନୂକୋଣରୁ ପାଠ ପଢ଼ିବାକୁ ଆସୁଥିବା ଝିଅମାନଙ୍କ ସହ କିଛି ଏମିତି ଘଟୁଛି, ଯାହା ସାରା ଦେଶକୁ ଦୋହଲାଇ ଦେଇଛି। ଏଠି ଝିଅମାନଙ୍କୁ ଦୁଷ୍କର୍ମ କରି ନୃସଂଶ ଭାବେ ହତ୍ୟା କରାଯାଉଛି। ତେବେ  ପୁଲିସ୍‌ କିପରି ଏହି ଦୁର୍ବୃତକୁ ଧରୁଛନ୍ତି, ତାହାହିଁ ଫିଲ୍ମର କାହାଣୀ ରହିଛି।

କୋଟାର କିଛି ବ୍ୟକ୍ତି ଓ ସଂଗଠନ ଏହାକୁ ବିରୋଧ କରିଛନ୍ତି।   ଏନେଇ ସେମାନେ କୋଟାର ସାଂସଦ ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତିା ସେମାନେ ଫିଲ୍ମରୁ କୋଟା ସହରର ନାଁ ହଟାଇବାକୁ ଦାବି କରିଛନ୍ତିା

ଏ ନେଇ ବାଚସ୍ପତି କହିଛନ୍ତି, ‘ମୁଁ ଏ ନେଇ କଥା ହେବି। ସିନେମା ଜରିଆରେ ଏକ ସହରର ଛବିକୁ ମଳିନ କରିବା ଉଚିତ୍ ନୁହେଁ। ଯେଉଁ ଘଟଣା ଉପରେ ଏହି ଫିଲ୍ମ ତିଆରି ହୋଇଛି, ତାହା କାଳ୍ପନିକ। ତେଣୁ କୌଣସି କାଳ୍ପନିକ କାହାଣୀ ପାଇଁ ଏକ ସହରର ଛବିକୁ ବଦନାମ କରିବା ଆଦୌ ଠିକ୍‌ ନୁହେଁ।’

ସୂଚନାଯୋଗ୍ୟ, ‘ମର୍ଦାନୀ-୨’ ୨୦୧୪ରେ ଆସିଥିବା ରାଣୀଙ୍କ ଫିଲ୍ମ ‘ମର୍ଦାନୀ’ର ସିକ୍ୱେଲ୍। ଏଥିରେ ମଧ୍ୟ ରାଣୀ ପୁଲିସ୍ ଇନ୍‌ସ୍ପେକ୍ଟର ଶିବାନୀ ଶିବାଜି ରାୟଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୟଶରାଜ୍‌ ବ୍ୟାନର୍‌ରେ ତିଆରି ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଗୋପି ପୁଥ୍‌ରନ୍ ଦେଇଛନ୍ତି। ଫିଲ୍ମଟି ଡିସେମ୍ବର ୧୩ରେ ପରଦାକୁ ଆସିବ।



from Odisha Reporter https://ift.tt/32SBeX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages