୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ମହିଳା ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ମହିଳା ବିଚାରପତି

ନୂଆଦିଲ୍ଲୀ: ଦୀର୍ଘ ୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ସ୍ଥାନ ପାଇଛନ୍ତି ଜଣେ ମହିଳା ବିଚାରପତି। ତାଙ୍କ ନାମ ଜଷ୍ଟିସ ଆର. ଭାନୁମତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବା ପରେ ଖାଲି ପଡ଼ିଥିବା ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି। ଗତକାଲି ୪୭ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ଶପଥ ଗ୍ରହଣ କରିଥିଲେ। ଏହାପରେ ଜଷ୍ଚିସ ଆର ଭାନୁମତି କଲେଜିୟମରେ ସ୍ଥାନ ପାଇଛନ୍ତି।

ଜଷ୍ଟିସ ଭାନୁମତିଙ୍କ ପୂର୍ବରୁ ଅନ୍ତିମ ଥର ପାଇଁ ୧୩ ବର୍ଷ ପୂର୍ବେ ଜଷ୍ଟିସ ରୁମା ପାଲ୍ ଥିଲେ। ଦେଶ ସ୍ୱାଧୀନ ହେବା ପରେ ଏଯାଏ ଜଷ୍ଟିସ ଭାନୁମତିଙ୍କୁ ମିଶାଇ ମୋଟ୍ ୮ ଜଣ ମହିଳା ବିଚାରପତି କଲେଜିୟମରେ ସ୍ଥାନ ପାଇଛନ୍ତି। ଦେଶର କିଛି ବିଚାରପତି ନିଜର ସମ୍ପତ୍ତି ବାବଦରେ ଘୋଷଣା କରିଛନ୍ତି। ସେହି ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଭାନୁମତି ରହିଛନ୍ତି।

ଜଷ୍ଟିସ ଭାନମୁତି ତାମିଲନାଡୁର ପ୍ରଥମ ମହିଳା ବିଚାରପତି। ପୂର୍ବରୁ ସେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ମାଡ୍ରାସ ହାଇକୋର୍ଟରେ ବିଚାରପତି ଥିବା ବେଳେ ଜଷ୍ଟିସ ଭାନୁମତି ପାରମ୍ପରିକ ଖେଳ ଜାଲ୍ଲିକାଟୁ ଉପରେ ରୋକ ଲଗାଇ ଦେଇଥିଲେ। ପରେ ପଶୁ ଅଧିକାର କର୍ମୀ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ସୁପ୍ରିମକୋର୍ଟ ଏହି ମାମଲାରୁ ନିଜକୁ ଦୂରେଇ ରଖିଥିଲେ। ସେହିପରି କଥିତ ଧର୍ମଗୁରୁ ପ୍ରେମାନନ୍ଦଙ୍କ ମାମଲାରେ ରାୟ ମଧ୍ୟ ଶୁଣାଇଥିଲେ ଜଷ୍ଟିସ ଭାନୁମତି। ମହିଳାଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ ପ୍ରେମାନନ୍ଦଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ ଜଷ୍ଟିସ ଭାନୁମତି।

ନିକଟରେ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଯାଇ ଚର୍ଚ୍ଚାକୁ ଆସିଥିଲେ ଏହି ମହିଳା ବିଚାରପତି। ସେହିଭଳି ଉତ୍ତର ପ୍ରଦେଶର ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ମାମଲା ମଧ୍ୟ ଜଷ୍ଟିସ ଭାନୁମତି କରିଥିଲେ।



from Odisha Reporter https://ift.tt/2rSyaxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages