୧୫ ବର୍ଷ ବିତିଲାଣି; ଏ‍‍ବେ ବି ଅନ୍ଧାରରେ ହଷ୍ଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

୧୫ ବର୍ଷ ବିତିଲାଣି; ଏ‍‍ବେ ବି ଅନ୍ଧାରରେ ହଷ୍ଟେଲ

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ହଷ୍ଟେଲ ତିଆରି ହେବାରେ ପ୍ରାୟ ୧୫ ବର୍ଷ ବିତି ଗଲାଣି। ହେଲେ ଆଶ୍ଚର୍ଯ୍ୟର କଥା ଆଜି ଯାଏ  ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ।  ନିକଟସ୍ଥ ଏକ ହଷ୍ଟେଲରୁ ଅସ୍ଥାୟୀ ଭାବେ ଏହି ହଷ୍ଟେଲକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଥିଲା। ହେଲେ ୨ମାସରୁ ଉର୍ଦ୍ଧ୍ୱ ହେବ ଲାଇନ କାଟି ଦିଆଯାଇଛି। ତେଣୁ ପିଲାମାନେ ବାଧ୍ୟ ହୋଇ ଲଣ୍ଠନ  ଲଗାଇ ପାଠ ପଢୁଛନ୍ତି। ହଷ୍ଟେଲରେ ଫ୍ୟାନ୍‌ ଓ ବଲବ ଓ ଟିଉବ୍‌ ଲାଇଟ୍ ଲାଗିଛି। ହେଲେ କାମରେ ଆସୁ ନାହିଁ। ଏପରି ଦେଖିବାକୁ ମିଳିଛି  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ର କୁମୁଡ଼ାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ।

ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୧୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେଥିମଧ୍ୟରୁ ୪୦ ଜଣ ଆଦିବାସୀ ଛାତ୍ର ରହିଛନ୍ତି। ଏହି ଆଦିବାସୀ ଛାତ୍ରଙ୍କ ରହିବା ଲାଗି ଆଦିବାସୀ ଉନ୍ନୟନ ବିଭାଗ ତରଫରୁ ଏଠାରେ ହଷ୍ଟେଲ ରହିଛି। ଏହି ହଷ୍ଟେଲ ତିଆରି ହେବାରେ ୧୫ ବର୍ଷ ପରେ ବି ଏଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଫଳରେ ଏଠାରେ ରହୁଥିବା ପିଲାମାନେ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  

ଏନେଇ ଛାତ୍ର ନିତୁ ପିଡିକାକା କହିଛନ୍ତି,“ଦୁଇ ମାସ ହେଲାଣି ହଷ୍ଟେଲରେ ବିଦ୍ୟୁତ୍‌ ନାହିଁ। ଲଣ୍ଠନ ଲଗାଇ ଆମେ ପାଠ ପଢ଼ୁଛୁ। ହଷ୍ଟେଲରେ ବିଦ୍ୟୁତ୍‌ ଆସିଲେ ଆମେ ଅଧିକ ସମୟ ପଢ଼ି ପାରିବୁ।  ରାତିରେ ବାହାରକୁ ଉଠିଲେ ଡର ଲାଗୁଛି। ଶୋଇଲା ବେଳେ ଗରମ ଲାଗୁଛି ।  ମଶା ମଧ୍ୟ କାମୁଡୁଛି।”

ହଷ୍ଟେଲରେ ବିଦ୍ୟୁତ୍‌  ସଂଯୋଗ ହୋଇ ନ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଶୀଘ୍ର ଏହାର ସମାଧାନ କରା ନଗଲେ ପିଲାଙ୍କୁ ହଷ୍ଚେଲରୁ ଫେରାଇ ନେବେ ବୋଲି  ଅଭିଭାବକମାନେ ଚେତାଇ ଦେଇଛନ୍ତି। ତେବେ ଏହି ସମସ୍ୟା ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।

ଅଭିଭାବକ ପୁରନ୍ଦର ସାରକା କହିଛନ୍ତି,“ ଆଜିକୁ ଦୁଇ ମାସ ହେଲା ହଷ୍ଟେଲରେ ବିଦ୍ୟୁତ୍ ନାହିଁ। ପିଲାମାନଙ୍କ ପାଠ ପଢ଼ିବାରେ ଅସୁବିଧା ହେଉଛି। ସେମାନେ ଅନ୍ଧାରରେ ରହୁଛନ୍ତି ଓ ଶୋଉଛନ୍ତି।”

ପ୍ରଧାନଶିକ୍ଷକ ବୃନ୍ଦାବନ ମାଣ୍ଡିକା କହିଛନ୍ତି,“ହଷ୍ଟେଲରେ ବିଦ୍ୟୁତ୍‌ ନଥିବାରୁ ପିଲାମାନେ ଲଣ୍ଠନ ବ୍ୟବହାର କରୁଛନ୍ତି। ଏନେଇ ଆମେ ଲିଖିତ ଆକାରରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ବିଦ୍ୟୁତ୍ ନଥିବାରୁ ପିଲାମାନ ପାଠ ପଢ଼ି ପାରୁ ନାହାନ୍ତି। ପିଲାମାନଙ୍କୁ ଗରମ ହେଉଛି। ଅଧିକାଂଶ ସମୟରେ ମୁଁ ଏଠାରେ ରହୁଛି। ବିଦ୍ୟୁତ୍ ଆସିଲେ ଭଲ ହୁଅନ୍ତା।”



from Odisha Reporter https://ift.tt/32KmDNe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages