ମହାରାଷ୍ଟ୍ର, ହରିଆଣାରେ ମୋଦି ମ୍ୟାଜିକରେ ବ୍ରେକ୍, ଝାଡ଼ଖଣ୍ଡରେ ଅଗ୍ନିପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ମହାରାଷ୍ଟ୍ର, ହରିଆଣାରେ ମୋଦି ମ୍ୟାଜିକରେ ବ୍ରେକ୍, ଝାଡ଼ଖଣ୍ଡରେ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ନଭେମ୍ୱର ୨୦ରୁ ଡିସେମ୍ୱର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବ। ୨୩ ଡିସେମ୍ୱରରେ ଫଳାଫଳ ଘୋଷଣା ହେବ। ଅର୍ଥାତ୍ ଯିଏ ବିଜୟୀ ହେବ ସେ ୭ ଦିନ ପୂର୍ବରୁ ନୂଆବର୍ଷ ପାଳନ କରିବ। ଭୋଟିଂ ପାଇଁ ହାତରେ ୧୮ ଦିନ ରହିଥିବାବେଳେ ଝାଡ଼ଖଣ୍ଡର ଶାସକ ଦଳ ବିଜେପି ଏବେ ଅଗ୍ନୀପରୀକ୍ଷା ଦେବାକୁ ଯାଉଛି। କାରଣ ୫ ବର୍ଷ ସରକାର ପରେ ସରକାର ବିରୋଧୀ ହାଓ୍ୱା ରହିବା ସ୍ୱାଭାବିକ। ହରିଆଣା, ମହାରାଷ୍ଟ୍ରରେ ସରକାର ବିରୋଧୀ ହାଓ୍ୱାର ସାମ୍ନା କରିବାରୁ ୨୦୧୪ ତୁଳନାରେ କମ୍ ଆସନରେ ବିଜୟୀ ହୋଇଛି ବିଜେପି। ୨୦୧୪ରେ ମୋଦି ସରକାର ଆସିବା ପରେ ହରିଆଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଜେପି କ୍ଷମତା ହାସଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ୨୦୧୪ ତୁଳନାରେ ଅଧିକ ଆସନରେ ବିଜୟୀ ହୋଇଛି। ହେଲେ ହରିଆଣା, ମହାରାଷ୍ଟ୍ରରେ ଅଧିକ ଆସନରେ ବିଜୟୀ ହୋଇପାରି ନାହିଁ ବିଜେପି। ତେଣୁ ଝାଡ଼ଖଣ୍ଡରେ ନିର୍ବାଚନୀ ବୈତରଣୀ ପାର କରିବା ବିଜେପି ପାଇଁ କଡ଼ା ଚ୍ୟାଲେଞ୍ଜ ରହିବ।

ରାଜ୍ୟରେ କଂଗ୍ରେସର ସ୍ଥିତି ସେତେ ଭଲ ନାହିଁ। ଦଳୀୟ ନେତାଙ୍କ କଳି ଝାଡ଼ଖଣ୍ଡ କଂଗ୍ରେସ ପାଇଁ ମୁଖ୍ୟ ସମସ୍ୟା। ହେଲେ ହରିଆଣା, ମହାରାଷ୍ଟ୍ର ନିର୍ବାଚନରେ ଦଳର ସ୍ଥିତି ଭଲ ନଥିଲେ ମଧ୍ୟ ଲୋକ ଆଶା ଅପେକ୍ଷା ଅଧିକ ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ତେଣୁ ଝାଡ଼ଖଣ୍ଡରେ ମେଣ୍ଟରେ ସାମିଲ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଅନ୍ୟାନ୍ୟ ଦଳକୁ ନେଇ ମେଣ୍ଟରେ ରହିବାକୁ କଂଗ୍ରେସ ସ୍ଥିର କରିଥିବା ଜଣାପଡ଼ିଛି।

ସେହିପରି ବିଜେପି ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ ସହ ମିଶି ପୁଣି ଥରେ ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ହୋଇଛି। ଲୋକସଭା ନିର୍ବାଚନ ବେଳେ ଦୁଇ ଦଳ ୧୪ଟି ଲୋକସଭା ଆସନରୁ ୧୨ଟିରେ ବିଜୟୀ ହୋଇଥିଲେ। ହେଲେ ବିଧାନସଭା ନିର୍ବାଚନ ବେଳେ ଏଠିକାର ସ୍ଥାନୀୟ ପ୍ରସଙ୍ଗ ରହିବ ମୁଖ୍ୟ ପ୍ରସଙ୍ଗ। ତେଣୁ ଏଠି ମୋଦି ହାଓ୍ୱା କାମ କରିବା କଷ୍ଟକର। କାରଣ ମୋଦି ହାଓ୍ୱା ଏବଂ ଏୟାର ଷ୍ଟ୍ରାଇକ ଓ ଆତଙ୍କବାଦ ପ୍ରସଙ୍ଗରେ ହରିଆଣା ଏବଂ ମହାରାଷ୍ଟ୍ରରେ ପୂର୍ବ ଅପେକ୍ଷା କମ୍ ଆସନ ପାଇଛି ବିଜେପି। ଲୋକସଭା ନିର୍ବାଚନ ବେଳେ ‘ଅବ୍ କୀ ବାର ୪୦୦ ପାର୍’ ନାରା ଦେଇ ବିଜେପି ସଫଳ ହୋଇଥିଲା। ହେଲେ ମହାରାଷ୍ଟ୍ରରେ ‘ଅବ୍ କୀ ବାର ୧୭୫’ ଏବଂ ହରିଆଣାରେ ‘ଅବ୍ କୀ ବାର୍ ୭୫’ ନାରା ଦେଇ ଫେଲ୍ ମାରିଛି ବିଜେପି। ତେଣୁ ଏଠି ଆଉ ଜାତୀୟ ପ୍ରସଙ୍ଗକୁ ନିର୍ବାଚନରେ ସ୍ଥାନ ନଦେଇ ରାଜ୍ୟର ପ୍ରସଙ୍ଗକୁ ଆୟୁଧ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ି କ୍ଷମତାକୁ ଫେରିବା କଷ୍ଟକର ହେବ।



from Odisha Reporter https://ift.tt/2JHSl70

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages