ଶାହାରୁଖ୍‌ଙ୍କ ପ୍ରଶଂସାରେ ଶତମୁଖ ସଲ୍‌ମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ଶାହାରୁଖ୍‌ଙ୍କ ପ୍ରଶଂସାରେ ଶତମୁଖ ସଲ୍‌ମାନ୍

ମୁମ୍ବାଇ: ବଲିଉଡ୍‌ର ‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ‘ଦବଙ୍ଗ୍ ଖାନ୍’ ସଲ୍‌ମାନ୍‌, ତାହା ପୁଣି ନିଆରା ଅନ୍ଦାଜରେ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶାହାରୁଖଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓଟିରେ ‘ହାପି ନ୍ୟୁ ଇୟର’ ଫିଲ୍ମର ଏକ ସିନ୍‌ ରହିଛି।  ଏଥିରେ ଶାହାରୁଖଙ୍କ ଦେହରେ ନିଆଁ ଲାଗିଛି। ହେଲେ ସେ ବେଫିକର୍ ଅଛନ୍ତି। ତେବେ କଥାଟି ଏଇଠି ସରିଯାଇନି। ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ସଲ୍‌ମାନ୍ ଭଏସ୍ ଦେଇ କହିଛନ୍ତି, ‘ହିରୋ ସିଏ ଯିଏ ନିଆଁକୁ ଡେଇଁ ତାକୁ ଲିଭାଇ ଜୀବନ ବଞ୍ଚାଏ।’  ସଲ୍‌ମାନ୍‌ଙ୍କ ଏହି ପୋଷ୍ଟ୍‌କୁ ଶାହାରୁଖଙ୍କ ଫ୍ୟାନ୍‌ଙ୍କ ସମେତ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି। ତେବେ ସଲ୍‌ମାନ୍‌ କାହିଁକି ଏମିତି ଢଙ୍ଗରେ ଶାହାରୁଖ୍‌ଙ୍କୁ ପ୍ରଶଂସା କଲେ? କ’ଣ ସେହି ସିନ୍‌ ପାଇଁ? କିନ୍ତୁ ଫିଲ୍ମଟି ତ ବହୁତ ପୁରୁଣା? ପୁଣି ଫିଲ୍ମର ସିନ୍‌କୁ ନେଇ ଏତେ ପ୍ରଶଂସା କରିବାର କ’ଣ ଅଛି?

କଥାଟା ଆମେ ଖୋଲି କହି ଦେଉଛୁ। ଆପଣମାନେ ତ ଜାଣିଥିବା କିଛି ଦିନ ତଳେ ଅମିତାଭ ବଚ୍ଚନ ଘରେ ଦୀପାବଳି ପାର୍ଟିର ଆୟୋଜନ କରାଯାଇଥିଲା। ଏଥରେ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ତେବେ ଶାହାରୁଖଙ୍କ ଯୋଗୁ ସେ ରକ୍ଷା ପାଇଯାଇଥିଲେ। ନ ହେଲେ ତାଙ୍କ ଶରୀରର ଆହୁରି ଅଧିକ ଭାଗ ପୋଡ଼ି ଯାଇଥା’ନ୍ତା। ଶାହାରୁଖ୍‌ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ ଏବଂ ସେ ପିନ୍ଧିଥିବା ଜ୍ୟାକେଟ୍‌କୁ ଓହ୍ଲାଇ ତାଙ୍କ ଲେହେଙ୍ଗା ଉପରେ ପକାଇ ଦେଇଥିଲେ। ଫଳରେ ତାଙ୍କ ଲେହେଙ୍ଗାରୁ ନିଆଁ ଲିଭିଯାଇଥିଲା। ତେବେ ଏଥିଯୋଗୁ ଅର୍ଚ୍ଚନାଙ୍କ ହାତ ଓ ଗୋଡ଼ ଜଳି ଯାଇଛି। ଅର୍ଚ୍ଚନାଙ୍କୁ ବଞ୍ଚାଇବା ସମୟରେ ଶାହାରୁଖ୍‌ଙ୍କ ହାତ ମଧ୍ୟ ହାଲ୍‌କା ଜଳି ଯାଇଛି। ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କୁ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଅର୍ଚ୍ଚନାଙ୍କ ଶରୀରର ୧୫ ଭାଗ ଜଳିଯାଇଛି।

ଏ ଘଟଣା ପରେ ସମସ୍ତେ ଶାହାରୁଖଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବି-ଟାଉନ୍‌ରେ ସମସ୍ତେ ଶାହାରୁଖଙ୍କୁ ପ୍ରଶଂସା କରୁଛନ୍ତି। ପ୍ରଥମେ ଫାରହା ଖାନ୍‌ ଟ୍ୱିଟ୍‌ କରି ଏସମ୍ପର୍କିତ ସୂଚନା ଦେବା ସହ ଶାହାରୁଖଙ୍କର ପ୍ରଶଂସା କରିଥିଲେ। ଏହା ପରେ ଅନ୍ୟମାନଙ୍କ ସହିତ ଭାଇଜନ୍‌ ସଲ୍‌ମାନ୍ ମଧ୍ୟ ତାଙ୍କର ଏତାଦୃଶ୍ୟ କାର୍ଯ୍ୟରେ ଫିଦା ହୋଇଯାଇଛନ୍ତି। ସେଥିପାଇଁ ଏଭଳି ଭାବେ ଭିଡିଓ ପୋଷ୍ଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି।

 

 



from Odisha Reporter https://ift.tt/36rHjN5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages