କେଉଁ ଢାଞ୍ଚାରେ ତିଆରି ହୋଇପାରେ ରାମ ମନ୍ଦିରର ଟ୍ରଷ୍ଟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

କେଉଁ ଢାଞ୍ଚାରେ ତିଆରି ହୋଇପାରେ ରାମ ମନ୍ଦିରର ଟ୍ରଷ୍ଟ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ପଥ ପରିଷ୍କାର ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ୩ ମାସ ମଧ୍ୟରେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ପ୍ରତିଷ୍ଠା କରିବେ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ କାମ ଓ ପରିଚାଳନା ଉପରେ ନଜର ରଖିବ। ଏବେ କେଉଁ ଢାଞ୍ଚାରେ ତିଆରି ହେବ ରାମ ମନ୍ଦିରର ଟ୍ରଷ୍ଟ? ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଗୁଜରାଟରେ ଥିବା ସୋମନାଥ ମନ୍ଦିରର ଟ୍ରଷ୍ଟ ଭଳି ଅଯୋଧ୍ୟାରେ ମଧ୍ୟ ଟ୍ରଷ୍ଟ ତିଆରି ହେବାର ସମ୍ଭାବନା ଅଧିକ ରହିଛି। ଏମିତିକି ଟ୍ରଷ୍ଟ ତିଆରିରେ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଏକ ଭୂମିକା ରହିପାରେ ବୋଲି ଆଲୋଚନା ହେଉଛି।

ସୋମନାଥ ମନ୍ଦିରରେ ଥିବା ଟ୍ରଷ୍ଟରେ ମାତ୍ର ୬ ଜଣ ସଦସ୍ୟ ରହିଛନ୍ତି। ରାମ ମନ୍ଦିର ଟ୍ରଷ୍ଟରେ କିନ୍ତୁ ଅଧିକ ସଂଖ୍ୟକ ସଦସ୍ୟ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀ, ବଡ଼ ବଡ଼ ଧର୍ମଗୁରୁ, ବରିଷ୍ଠ ନାଗରିକ, ରାମ ମନ୍ଦିର ସହିତ ଯୋଡ଼ି ହୋଇଥିବା ସଂଗଠନ, ନିର୍ମୋହି ଆଖଡ଼ା, ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ରହିପାରନ୍ତି। ଯଦି ପ୍ରଧାନମନ୍ତ୍ରୀ ଟ୍ରଷ୍ଟରେ ରହିବେ ତା’ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ତାଙ୍କର ପ୍ରତିନିଧି ଭାବେ ଯୋଗ ଦେବେ। ଏମିତିକି ଯେଉଁ ମାନେ ଟ୍ରଷ୍ଟରେ ସାମିଲ୍ ହେବେ ତାଙ୍କର କାର୍ଯ୍ୟକାଳ ଅବଧି ମଧ୍ୟ ସ୍ଥିର କରାଯାଇପାରେ। ସେହିପରି ମନ୍ଦିରର ପରିଚାଳନା ବ୍ୟବସ୍ଥା ଠିକ୍ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୀର୍ଘ ୫୦୦ ବର୍ଷର ଏହି ପୁରୁଣା ମାମଲାର ଗତକାଲି ରାୟ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଯେଉଁଥିରେ ବିବାଦୀୟ ଜମିକୁ ହିନ୍ଦୁ ପକ୍ଷଙ୍କୁ ଦିଆଯାଇଛି। ଅନ୍ୟ ଏକ ସ୍ଥାନରେ ମସଜିଦ୍ ନିର୍ମାଣ କରିବା ପାଇଁ ୫ ଏକର ଜାଗା ମୁସଲିମ ପକ୍ଷଙ୍କୁ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।



from Odisha Reporter https://ift.tt/32xQU1N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages