କନିଷ୍ଠ ସଚିବଙ୍କ ଗସ୍ତ ବେଳେ ବରିଷ୍ଠ ସଚିବ ଉପସ୍ଥିତ ରହିବା ଏକ ପ୍ରାଶାସନିକ ବିସଙ୍ଗତି: ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

କନିଷ୍ଠ ସଚିବଙ୍କ ଗସ୍ତ ବେଳେ ବରିଷ୍ଠ ସଚିବ ଉପସ୍ଥିତ ରହିବା ଏକ ପ୍ରାଶାସନିକ ବିସଙ୍ଗତି: ଅପରାଜିତା

ସମ୍ୱଲପୁର (ସଞ୍ଜୟ ଜେନା): 5T ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ କନିଷ୍ଠ ସଚିବଙ୍କ ଗସ୍ତ ବେଳେ ବରିଷ୍ଠ ସଚିବ ତାଙ୍କ ସହିତ ଉପସ୍ଥିତ ରହିବା ଏକ ପ୍ରଶାସନିକ ବିସଙ୍ଗତି ବୋଲି କହିଛନ୍ତି। ଶ୍ରମତୀ ଷଡ଼ଙ୍ଗୀ ଆଜି ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ଏ କଥା କହିଛନ୍ତି।  5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟ ଶାସନ ସଚିବ, ଉନ୍ମୟନ କମିଶନର ତଥା ଅନ୍ୟ ବରିଷ୍ଠ ସଚିବମାନେ ବିଭିନ୍ନ ଜିଲ୍ଲାକୁ ଯିବା ପରିପ୍ରେକ୍ଷୀରେ ସେ ଏ କଥା କହିଛନ୍ତି।

ସେ କହିଛନ୍ତି, “ମୁଁ ଓଡ଼ିଶାରେ ୨୦ ବର୍ଷ ଓ ଦିଲ୍ଲୀରେ ୫ ବର୍ଷ ଚାକିରି କରିଛି। କିନ୍ତୁ ଏଭଳି ସ୍ଥିତି କୌଣସି ସ୍ଥାନରେ ଦେଖିନି। ଏହା ଶାସନ ବ୍ୟବସ୍ଥାର ବିସଙ୍ଗତି। ବରିଷ୍ଠ ଅଧତ୍କାରୀଙ୍କୁ ଗସ୍ତ ବେଳେ କନିଷ୍ଠ ଅଧତ୍କାରୀ ସହାୟତା କରିବା କଥା। ବରିଷ୍ଠମାନେ କନିଷ୍ଠଙ୍କ ସହାୟତା ପାଇଁ ଯିବା ଏକ ପ୍ରାଶାସନିକ ବିସଙ୍ଗତି। ତେଣୁ ପ୍ରଶାସନ ବ୍ୟବସ୍ଥାର ମଡେଲକୁ ପରିବର୍ତ୍ତନ କରିବାକୁ ହେବ।”

ଏହା ସହିତ 5T ଏକ ନୂଆ ବା ଅଭିନବ ପଦକ୍ଷେପ ନୁହେଁ ବୋଲି ଅପରାଜିତା ଷଡ଼ଙ୍ଗୀ ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି। ସେ କହିଛନ୍ତି, 5T ଏକ ମ୍ୟାନେଜମେଣ୍ଟ୍ ପ୍ରନ୍ସିପଲ୍‌।  ସବୁ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁସନ୍‌ରେ ଏ ବିଷୟରେ ଶିକ୍ଷା ଦିଆଯାଉଛି। ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ। କେବଳ ଦୁଇଟି ବିଭାଗ ନୁହେଁ, ସବୁ ବିଭାଗରେ 5Tରେ  ଆସୁ।

ସେ ଆହୁରି କହିଛନ୍ତି, “ ମନିଟରିଂ ପାରାମିଟର୍ସ ବ୍ୟବସ୍ଥା ହେଉ। ତାକୁ ତିନିରୁ ୬ ମାସ ଭିତରେ ମନିଟର କରାଯାଉ। କିନ୍ତୁ ଅଲଗା ପାୱାର ସେଣ୍ଟର କରି ମନ୍ତ୍ରୀ ଓ ସଚିବଙ୍କୁ ଦୁର୍ବଳ କରିବା ଭୁଲ୍ କଥା। ଏହା ହେବା କଥା ନୁହେଁ। ଯୋଉଟା ଭଲ କାମ ହେବ ତାକୁ ସମର୍ଥନ କରିବି। 5T କାର୍ଯ୍ୟକ୍ରମରେ ତ୍ରୁଟି ଅଛି।”

ସେହିପରି ଡାକ୍ତରଖାନା ପରିଦର୍ଶନରେ ଆସି  5T ସଚିବ କର୍ମଚାରୀ ଓ ଡାକ୍ତରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପ୍ରସଙ୍ଗରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି, “ସବୁ ଜିନିଷର ଏକ ତରିକା ଥାଏ। ସେମାନଙ୍କୁ ସମୟ ଦିଆଯାଉ।”

 



from Odisha Reporter https://ift.tt/2CseXEz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages