ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଦଣ୍ଡାସି ସାହି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଗୁଡାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।
ଆଜି ସକାଳେ ପାଣ୍ଡବ ସାହୁ ନାମକ ଜଣେ ବ୍ୟକ୍ତି ଶିଶୁଟି କାନ୍ଦୁ ଶୁଣିବାକୁ ପାଇଥିଲେ। ଏହାପରେ ସେ ଆଖପାଖ ଖୋଜିବା ପରେ ଶିଶୁଟିକୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ଓଜନ ଦୁଇ କେଜି ହେବ। ଶିଶୁଟିକୁ ରାୟଗଡ଼ା ଏସ୍ଏସ୍ସିୟୁକୁ ସ୍ଥାନାନ୍ତର କରାଯିବ ଜଣାପଡ଼ିଛି।
from Odisha Reporter https://ift.tt/2pF3puX
No comments:
Post a Comment