ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଉଭୟ ବଡ ଏବଂ ଛୋଟ ପରଦାରେ କାମ କରିବାର ଦେଖିବାକୁ ମଳିଛି। ନିକଟରେ ସେ ଏମ୍ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଏସ୍ଅଫ୍ସ୍ପେସ୍’ରେ ଯୋଗ ଦେଇଥିଲେ। ଏଥିସହ ଆଣ୍ଟ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘ବିଟ୍ଟି ବିଜ୍ନେସ୍ ୱାଲି’ରେ ଲିଡ୍ ରୋଲ୍ରେ ନଜର ଆସିଥିଲେ। ପ୍ରକୃତି ଅନ୍ୟ ଅଭିନେତ୍ରୀଙ୍କ ପରି ହେଲ୍ଦି ଡାଏଟ୍ ଫଲୋ କରନ୍ତି। ବ୍ରେକ୍ଫାଷ୍ଟରେ ତାଙ୍କୁ ରଣ ଖାଇବାକୁ ପସନ୍ଦ ଜାଣନ୍ତି? ଛତୁଆ।
ପ୍ରକୃତିଙ୍କ କହିବା ଅନୁଯାୟୀ, ପିଲାଦିନୁ ତାଙ୍କର ଛତୁଆ ଖାଇବାର ଅଭ୍ୟାସ ରହିଛି। ଛତୁଆ ସ୍ୱାସ୍ଥ୍ୟକର ଏବଂ ଅଳ୍ପ ସମୟରେ ଖାଇ ହୁଏ। ବମ୍ବେରେ ରହିଲେ ମଧ୍ୟ ସେ ପାଖରେ ଛତୁଆ ରଖିଥାନ୍ତି।
ଏଥିସହ ତେଲ ମସଲା ଖାଦ୍ୟଠୁ ସେ ଟିକେ ଦୂରେଇ ରୁହନ୍ତି। ତାଙ୍କୁ ପ୍ରାୟ ସିଝା ଏବଂ ସବୁଜ ପରିବାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଭଲ ଲାଗେ। ତାଙ୍କୁ ଶାଗ ଖାଇବାକୁ ମଧ୍ୟ ଭାରି ଭଲଲାଗେ। ଭୁବନେଶ୍ୱରରେ ସେ ପ୍ରାୟ ସମୟ ‘ବୋକା କ୍ୟାଫେ’ରେ ଖାଇବାରୁ ପସନ୍ଦ କରନ୍ତି। ସେଠାରେ ତାଙ୍କୁ ସାଲାଡ୍ ସହ କିଛି ବଏଲ୍ ଖାଦ୍ୟ ଖାଇବାକୁ ଭଲଲାଗେ।
ଥରେ ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଟକ୍ ଶୋ ‘ଏ ଡେ ୱିଥ୍ ଏ ଷ୍ଟାର୍’ରେ ଯୋଗ ଦେଇ ପ୍ରକୃତି ଏକଥା କହିଥିଲେ।
ସୂଚନାଯୋଗ୍ୟ, ‘ଓମ୍ ସାଇ ରାମ୍’, ‘ବିନ୍ଦାସ୍ ରୋମିଓ’, ‘କୁଆଁରି କନ୍ୟା’, ‘ପାଗଳ କରିଛି ପାଉଁଜି ତୋର’, ‘ମିଠା ମିଠା’, ‘ହେଲୋ ଅର୍ସି’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।
from Odisha Reporter https://ift.tt/2XBLTUY
No comments:
Post a Comment