୨ ଜିଲ୍ଲା ପରିଷଦ ଆସନ ପାଇଁ ଆଜି ଉପନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

୨ ଜିଲ୍ଲା ପରିଷଦ ଆସନ ପାଇଁ ଆଜି ଉପନିର୍ବାଚନ

କୋରାପୁଟ(ଓଡ଼ିଶା ରିପୋର୍ଟର): ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ଦଶମନ୍ତପୁର ବ୍ଲକରେ ଖାଲିପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି। ଏହି ଉପନିର୍ବାଚନରେ  ଦଶମନ୍ତପୁର ବ୍ଲକର ୮ଟି ପଞ୍ଚାୟତର ୯୧ଟି ବୁଥର ୨୭ ହଜାର ୪ଶହ ୫୮ ଭୋଟର ନିଜ ମତ ରଖିବାର ସୁଯୋଗ ପାଇବେ । ସେହିପରି ପଟାଙ୍ଗିର ୭ଟି ପଞ୍ଚାୟତର ୭୯ଟି ବୁଥର ୨୩ ହଜାର ୬ଶହ ୪୯ ଭୋଟର ମଧ୍ୟ ମତଦାନ ପ୍ରକ୍ରିୟାରେ ସାମିଲ ହେବେ ।

ଏହି ଦୁଇଟି ବ୍ଲକରେ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ  ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଶୀତ କାକରକୁ ଖାତିର ନ କରି ସକାଳୁ ସକାଳୁ ଭୋଟରମାନେ ଭୋଟ ଦେବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖାଯାଇଛି। 



from Odisha Reporter https://ift.tt/2ORia6s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages