ପୁଣି ଥରେ ଏକାଠି ହେବେ କ୍ୟାଟ୍ରିନା ଓ ଶାହାରୁଖ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ପୁଣି ଥରେ ଏକାଠି ହେବେ କ୍ୟାଟ୍ରିନା ଓ ଶାହାରୁଖ୍ !

ମୁମ୍ବାଇ: ଗତବର୍ଷ ଡିସେମ୍ବର ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଜିରୋ’। ଏହି ଫିଲ୍ମ ପରେ ଆଉ ରୂପେଲି ପରଦାରେ ଶାହାରୁଖ୍‌ ଖାନ୍‌ଙ୍କୁ ଦେଖିବାକୁ ମିଳିନି। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଚାହୁଁଥିବା ବେଳେ ତାଙ୍କର ଏକ ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ଖୁବ୍‌ଶୀଘ୍ର ସେ ଏକ ନୂଆ ସିନେମା ନେଇ ଆସୁଛନ୍ତି ବୋଲି କୁହାଯାଉଛି। ତେବେ ଏ ଫିଲ୍ମରେ ସେ ଅଭିନୟ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, ଶାହାରୁଖ୍‌ କେବଳ ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱରେ ରହିବେ। ସେ ଓ ଆନନ୍ଦ ଏଲ୍‌ ରୟ ମିଳିତ ଭାବେ ଫିଲ୍ମଟିକୁ ନିର୍ମାଣ କରିବେ।  କିନ୍ତୁ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଆନନ୍ଦ ଏଲ୍‌ ରୟଙ୍କୁ ‘ଜିରୋ’ରେ କ୍ୟାଟ୍ରିନା ଓ ଶାହାରୁଖଙ୍କ ଯୋଡ଼ି ବେଶ୍ ପସନ୍ଦ ଆସିଥିଲା। ତେଣୁ ସେ ଏ ଦୁହିଁଙ୍କୁ ପୁଣି ଥରେ ପରଦାରେ ଏକାଠି ଆଣିବାକୁ ଯୋଜନା କରୁଛନ୍ତି। ଯଦି ତାଙ୍କ ପ୍ରୟାସ ସଫଳ ହୁଏ, ତା’ହେଲେ ଶାହାରୁଖ୍ ଓ କ୍ୟାଟ୍ରିନା ଏହି ଫିଲ୍ମରେ ସ୍କ୍ରିନ୍ ବି ଶେଆର୍ କରିପାରନ୍ତି। ଏଥିରେ ଅଭିନୟ କରିବା ପାଇଁ କ୍ୟାଟ୍ରିନା ରାଜି ହୋଇସାରିଥିବା ମଧ୍ୟ ସୂଚନା ଆସିଛି। ସେହିପରି ବିଦ୍ୟା ବାଲନ୍‌ ମଧ୍ୟ ଏଥିରେ ନଜର ଆସିବେ।

ଏହି ଫିଲ୍ମଟି ଦକ୍ଷିଣ କୋରିଆର କ୍ରାଇମ୍‌ କମେଡି ଫିଲ୍ମ ‘ମିସ୍ ଆଣ୍ଡ ମିସେସ୍ କପ୍ସ’ର ରିମେକ୍ ହେବ। ଅନିରୁଦ୍ଧ ଗନପତି ଏହାର ନିର୍ଦ୍ଦେଶନା ଦେବେ। ତେବେ ଫିଲ୍ମଟି ସଂପର୍କରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନି। ଫିଲ୍ମର ଶୁଟିଂ କେବେ ଆରମ୍ଭ ହେବ, କେବେ ଏହାକୁ ରିଲିଜ୍ କରାଯିବ ଓ ଲିଡ୍ ହିରୋ ଶାହାରୁଖ୍ ରହିବେ ନା ଆଉ କିଏ ରହିବେ ଆଦି ବିଷୟରେ କିଛି ନିଷ୍ପତ୍ତି ହୋଇନାହିଁ। ସୂଚନାଯୋଗ୍ୟ, ‘ମିସ୍ ଆଣ୍ଡ ମିସେସ୍ କପ୍ସ’ ଚଳିତ ବର୍ଷ ମେ’ ୯ ତାରିଖରେ ରିଲିଜ୍‌ ହୋଇଥିଲା।

 

 

 



from Odisha Reporter https://ift.tt/2OoPvXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages