ଅଯୋଧ୍ୟା ରାୟ: ସଂକ୍ଷେପରେ ସୁପ୍ରିମ କୋର୍ଟଙ୍କ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

ଅଯୋଧ୍ୟା ରାୟ: ସଂକ୍ଷେପରେ ସୁପ୍ରିମ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ। ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ନି ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେବା ସହିତ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କହିଛନ୍ତି। ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉ ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  • ବିବାଦୀୟ ଜମି ହିନ୍ଦୁମାନଙ୍କୁ ଦେବାକୁ ନିଷ୍ପତ୍ତି।
  • ୩-୪ ମାସ ଭିତରେ ଟ୍ରଷ୍ଟ ତିଆରି କରିବେ କେନ୍ଦ୍ର ସରକାର।
  • ଟ୍ରଷ୍ଟ ମନ୍ଦିର ଓ ମସଜିଦ ନିର୍ମାଣ କାମର ତଦାରଖ କରିବ।
  • ମୁସଲିମ୍ ପକ୍ଷଙ୍କୁ ବିକଳ୍ପ ଜାଗା ଅଯୋଧ୍ୟାରେ ଦେବାକୁ ନିର୍ଦ୍ଦେଶ।
  • ସୁନ୍ନି ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ।
  • ଶିଆ ବୋର୍ଡର ଆବେଦନ ଖାରଜ।
  • ନିର୍ମୋହୀ ଅଖଡ଼ାର ଦାବି ଖାରଜ, ଆଖଡା ସେବା କରି ପାରିବ ନାହିଁ। କେବଳ ପରିଚାଳନା କରିବ।
  • ମସଜିଦ୍ ତଳେ ଅନେକ ଢାଞ୍ଚା ରହିଥିଲା, ହେଲେ ଏହା ଇସଲାମିକ ଢାଞ୍ଚା ନଥିଲା। ଖାଲି ଜମିରେ ତିଆରି ହୋଇନି ମସଜିଦ।
  • ହିନ୍ଦୁଙ୍କ ବିଶ୍ୱାସ ରହିଛି, ଅଯୋଧ୍ୟାରେ ରାମ ଜନ୍ମଗ୍ରହଣ କରିଥିଲେ। ଅଦାଲତ ଏହି ମାମଲାରେ କୌଣସି ମତ ରଖିବେ ନାହିଁ। ମାଲିକାନା ଆସ୍ଥା ଓ ବିଶ୍ୱାସ ଆଧାରରେ ଦେଇ ହେବ ନାହିଁ।
  • ପ୍ରତ୍ନତାତ୍ତ୍ୱିକ ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା। ଏହାପରେ ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କୌଣସି ତଥ୍ୟ ମିଳିନାହିଁ।


from Odisha Reporter https://ift.tt/34OcU9Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages