ଭାଇ ଭଉଣୀଙ୍କ ପାଇଁ ନିଜ ସୁଖ ସଂସାର କଥା ଭୁଲିଗଲେ, ବଞ୍ଚିବାର ରାହା ଦେଇଛି ପେପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ଭାଇ ଭଉଣୀଙ୍କ ପାଇଁ ନିଜ ସୁଖ ସଂସାର କଥା ଭୁଲିଗଲେ, ବଞ୍ଚିବାର ରାହା ଦେଇଛି ପେପର

ରାଉରକେଲା(ପବନ ତିୱାରୀ ):ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ  ତାମନରେ ଆତ୍ମନିର୍ଭରଶୀଳ ହେବାର ପ୍ରବଳ ଇଚ୍ଛାଶକ୍ତି ଜାତ ହୁଏ। କୌଣସି କାମ ତା ପାଇଁ ଅସମ୍ଭବ ହୁଏନା ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ମହିଳା ହୋଇ ବି ସେ ପରାଜୟକୁ ଜୟ କରି ପାଲଟି ଯାଇଛନ୍ତି ଜଣେ ଅପରାଜିତା ।

ରାଉରକେଲାର ଲେଡି ହକର୍ କିଶୋରୀ ଜେନା । ଷ୍ଟିଲ୍‌ସିଟିର ସେକ୍ଟର-୨ ବସଷ୍ଟାଣ୍ଡରେ ନିତି ସକାଳୁ ଯେତେବେଳେ ଖବର କାଗଜ ହକର୍ ମାନଙ୍କ ଭିଡ଼ ଲାଗେ, ସେତେବେଳେ ଭିଡ଼ ଭିତରେ ବାରି ହୋଇପଡ଼ନ୍ତି ଏହି ମହିଳା । ଖରା, ବର୍ଷା, ଶୀତ କିଛି ଖାତିର ନକରି ବର୍ଷ ତମାମ ସକାଳୁ ସକାଳୁ ଲୋକଙ୍କୁ ଖବର କାଗଜ ବାଣ୍ଟିଥାନ୍ତି କିଶୋରୀ ।

ଗାଡ଼ିରୁ ପେପର ଆଣିବାଠୁ ସେସବୁକୁ ସର୍ଟିଙ୍ଗ କରିବା ଯାଏଁ, ତା ପରେ ପ୍ୟାକିଂ କରି ସହଯୋଗୀ ହକରଙ୍କୁ ଠିକ୍ ସମୟରେ ପଠାଇବା ଦାୟିତ୍ୱ ସବୁ ଦିନ ସକାଳୁ ନ୍ୟସ୍ତ ଥାଏ ଏହି ଉଦ୍‌ଯୋଗୀ ମହିଳାଙ୍କ କାନ୍ଧରେ। ଓଡିଆ, ହିନ୍ଦୀ ଓ ଇଂରାଜୀ ଖବରକାଗଜ, ଯାହାର ଯେଉଁ ବରାଦ ଥାଏ, ସେହି ଅନୁସାରେ ନିଜେ ସ୍କୁଟିରେ ବୁଲିବୁଲି ବାଣ୍ଟନ୍ତି କିଶୋରୀ । ବର୍ଷେ ଦୁଇ ବର୍ଷ ନୁହେଁ, ଗଲା ୧୯ ବର୍ଷ ହେଲା ଜାରି ରହିଛି ଏହି କାମ।

ଖବରକାଗଜ ବିତରଣରେ ସାଧାରଣତଃ ପୁରୁଷମାନେ ନିୟୋଜିତ ଥିବା ବେଳେ, ଏଭଳି କାମ ପାଇଁ ବିନା କୌଣସି ଦ୍ୱିଧାରେ କିଶୋରୀ ଆଗେଇ ଆସିବା ପଛରେ ରହିଛି ତାଙ୍କର ସଂଘର୍ଷମୟ ଅତୀତର କାହାଣୀ । ୧୯ ବର୍ଷ ତଳେ ବାପା ଆର ପାରିକୁ ଚାଲିଯିବା ପରେ ତାଙ୍କରି କାନ୍ଧରେ ପଡିଲା ପୁରା ପରିବାରର ଦାୟିତ୍ୱ। ତେଣୁ ନିଜେ ଘର ସଂସାର ନକରି, ୫ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ସ୍ଥିର କରି ପେପର୍ ହକର୍ ହେବାକୁ ସେ ମନସ୍ଥ କଲେ ।

କିଶୋରୀ କୁହନ୍ତି, ପରିବାରର ପେଟ ପୋଷିବା ପାଇଁ କାହା ଆଗରେ ହାତ ନପାତି, ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଅର୍ଥ ଉପାର୍ଜନ କରିପାରୁଥିବାରୁ ସେ ଖୁବ୍ ଖୁସି । ଏଥିପାଇଁ ତାଙ୍କୁ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନ ମଧ୍ୟ ମିଳିଛି।



from Odisha Reporter https://ift.tt/2KRx4sc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages