ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରେ ନୋକିଆ ଏକ ନୂଆ ସ୍ମାର୍ଟ ଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏ ନେଇ କମ୍ପାନୀ ତରଫରୁ ଟ୍ୱିଟର୍ ଜରିଆରେ ସୂଚନା ଦିଆଯାଇଛି। ଟ୍ୱିଟ୍ ଅନୁଯାୟୀ ଡିସେମ୍ବର ୫ରେ ଏକ ଇଭେଣ୍ଟରେ ଏହି ଫୋନ୍ଟିକୁ ଲଞ୍ଚ୍ କରାଯିବ। ତେବେ ଏ ପର୍ଯ୍ୟନ୍ତ ଏହି ଅପକମିଂ ସ୍ମାର୍ଟଫୋନ୍ର ନାଁ ସାମ୍ନାକୁ ଆସିନାହିଁ।
କିନ୍ତୁ ମିଳିଥିବା କିଛି ସୂଚନା ଅନୁଯାୟୀ, ଏହି ଫୋନ୍ଟି Nokia 8.2 ହୋଇପାରେ। ଏଭଳି ଏଥିପାଇଁ ଅନୁମାନ କରାଯାଉଛି, କାରଣ ଗତ ବର୍ଷ ଡିସେମ୍ବର ୫ରେ କମ୍ପାନୀ Nokia 8.1 ଲଞ୍ଚ୍ କରିଥିଲା। ହେଲେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
The newest addition to our family will be launched on 5 December 2019. 🙌Stay tuned to find out more! #NokiamobileLive pic.twitter.com/iYqPxyOTKP
— Nokia Mobile (@NokiaMobile) November 22, 2019
Nokia 8.1
କମ୍ପାନୀ ଏ ଯାଏ ଏହି ଫୋନ୍ ବିଷୟରେ କୌଣସି ଖୁଲାସା କରିନାହିଁ। କିନ୍ତୁ ମିଳିଥିବା ସୂଚନା ଅନୁୟାୟୀ, ଏହି ସ୍ମାର୍ଟଫୋନ୍ ୪ଜିବି ରାମ୍ ଓ ୬୪ ଜିବ୍ ଷ୍ଟୋରେଜ୍ ସହ ଲଞ୍ଚ୍ ହେବ। ଚର୍ଚ୍ଚା ହେଉଛି ଯେ ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୦୦ ସିରିଜ୍ର ପ୍ରୋସେସର ଦିଆଯାଇଛି। ଏଥିରେ ବେଜଲ୍ ଡିସ୍ପ୍ଲେ ସହ ପପ୍ ଅପ୍ କ୍ୟାମେରା ସିଷ୍ଟମ ଦିଆଯାଇଛି। କିଛି ରିପୋର୍ଟ ଅନୁଯୀୟୀ, ଏହାର ବ୍ୟାକ୍ରେ ୬୪mpର ପ୍ରାଇମେରୀ କ୍ୟାମେରା ରହିବ। ଏଥିସହ କମ୍ପାନୀ ରିୟର୍ରେ ସର୍କୁଲାର କ୍ୟାମେରା ମଡ୍ୟୁଲ୍ ମଧ୍ୟ ଦେଇପାରେ।
କମ୍ପାନୀ Nokia 2.2ର ଅପ୍ଗ୍ରେଡ ଭର୍ସନ Nokia 2.3 ବି ଲଞ୍ଚ୍ କରିପାରେ ବୋଲି ମଧ୍ୟ ଆଲୋଚନା ଚାଲିଛି । କିଛିଦିନ ତଳେ ହିଁ କମ୍ପାନୀ Nokia 2.2ର ମୂଲ୍ୟ ଭାରତରେ କମ୍ କରିଦେଇଥିଲା। ଏବେ ଏବି ଫୋନ୍ ଭାରତୀୟ ବଜାରରେ ୫ ହଜାର ୯୯୯ ଟଙ୍କାରେ ଉପଲବ୍ଧ। ଏହି ମୂଲ୍ୟ 2GB/16GB ଭ୍ୟାରିୟାଣ୍ଟର ରଖାଯାଇଛି। ସେହିପରି ଏହାର 3GB/16GB ଭ୍ୟାରିୟାଣ୍ଟର ମୂଲ୍ୟ ୬ ହଜାର ୯୯୯ ଟଙ୍କା ରଖାଯାଇଛି।
from Odisha Reporter https://ift.tt/2qydr1H
No comments:
Post a Comment