କଟକ(ଓଡ଼ିଶା ରିପୋର୍ଟର): ‘ମୋ ସରକାର’ର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି। ଆଜି ବଡ଼ି ଭୋରରେ ପାଣ୍ଡିଆନ ଓ ତାଙ୍କ ଟିମ୍ କଟକ ବଡ଼ଡାକ୍ତରଖାନାରେ ପହଞ୍ଚି ଭିର୍ତ୍ତିଭୂମି ଅନୁଧ୍ୟାନ କରି ଫେରି ଆସିଥିବା ଜଣାପଡ଼ିଛି। କିନ୍ତୁ ସେ କୌଣସି ୱାର୍ଡକୁ ଯାଇ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍ସିବି ପରିସରରେ ଉପସ୍ଥିତ ଥିଲେ।
ଜଣେ ରୋଗୀଙ୍କ ସମ୍ପର୍କୀୟ ମଦନ ବେହେରା କହିଛନ୍ତି,“ ପାଣ୍ଡିଆନ ଆସି ବାହାରୁ ମିଟିଂ କରି ପଳାଇଲେ। ୱାର୍ଡକୁ ଗଲେ ନାହିଁ କି, ରୋଗୀମାନଙ୍କ ଭଲ ମନ୍ଦ ବୁଝିଲେ ନାହିଁ। ତାହାହେଲେ ଲାଭ କ’ଣ ହେଲା। ମୁଁ ରୋଗୀକୁ ନେଇ ୧୩ ଦିନ ହେବ ମେଡିକାଲରେ ଅଛି, ହେଲେ ମୋତେ ବେଡ୍ ମିଳିନାହିଁ। ଗତକାଲି ବେଡ୍ ମିଳିବ ବୋଲି ଡାକ୍ତର କହିଛନ୍ତି।”
from Odisha Reporter https://ift.tt/2Nm6l8S
No comments:
Post a Comment