ଲଞ୍ଚ୍‌ ହେଲା Mi CC9 Pro, ଅଛି ୫ଟି କ୍ୟାମେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 5, 2019

ଲଞ୍ଚ୍‌ ହେଲା Mi CC9 Pro, ଅଛି ୫ଟି କ୍ୟାମେରା

ନୂଆଦିଲ୍ଲୀ: ସାଓମି ଲଞ୍ଚ୍‌ କଲା Mi CC9 Pro। ଚୀନ୍‌ରେ ଆୟୋଜିତ ଏକ ଇଭେଣ୍ଟରେ କମ୍ପାନୀ ଏହାକୁ ଲଞ୍ଚ୍ କରିଛି। ଏହା ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ବାଲା ଫୋନ୍‌ । ଏହି ଫୋନ୍‌ରେ ସମୁଦାୟ ୫ଟି କ୍ୟାମେରା ରହିଛି। ପୂର୍ବରୁ କୁହାଯାଉଥିଲା ଯେ କମ୍ପାନୀ Mi Note 10କୁ ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ବାଲା ଫୋନ୍‌ ଭାବେ ଲଞ୍ଚ୍ କରିବ। ହେଲେ ତା’ ପୂର୍ବରୁ କମ୍ପାନୀ  Mi CC9 Proରେ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଦେଇ ଦେଇଛି।

ଏହି ଫୋନ୍‌ଟି ଭାରତରେ କେବେ ଲଞ୍ଚ୍‌ ହେବ, ସେ ବିଷୟରେ କମ୍ପାନୀ କୌଣସି ସୂଚନା ଦେଇନାହିଁ। କିନ୍ତୁ କମ୍ପାନୀର ଲଞ୍ଚିଂ ହିଷ୍ଟ୍ରି ଦେଖିଲେ ଏହା ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହୋଇପାରେ। ଚର୍ଚ୍ଚା ହେଉଛି, କମ୍ପାନୀ ଏହି ଫୋନ୍‌କୁ ହିଁ ଭାରତରେ Mi Note 10 ଭାବେ ଲଞ୍ଚ୍ କରିପାରେ।  Mi CC9 Proକୁ 6GB/128GB, 8GB/128GB ଓ 8GB/256GB  ୩ଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରାଯାଇଛି। ଆଉ ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୨୭୯୯ ୟୁଆନ୍‌ (ପାଖାପାଖି ୨୮ ହଜାର ଟଙ୍କା),  ୩୦୯୯ ୟୁଆନ୍ (ପାଖାପାଖି ୩୧ ହଜାର ଟଙ୍କା) ଓ ୩୪୯୯ ୟୁଆନ୍ (ପାଖାପାଖି ୩୫ ହଜାର ଟଙ୍କା) ରଖାଯାଇଛି।

ଏଥିରେ ଥିବା ଫିଚର୍‌:

ଡିସ୍‌ପ୍ଲେ ସାଇଜ୍‌: 6.47ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ପ୍ଲସ୍, 1080×2340 ପିକ୍ସେଲ୍, OLED ସ୍କ୍ରିନ୍

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ବେସ୍‌ଡ

ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 730g

ରାମ୍: 6 GB, 8 GB

ଷ୍ଟୋରେଜ୍: 64 GB, 128 GB, 256 GB

ରିୟର କ୍ୟାମେରା: 108 MP + 12 MP + 5 MP + 20 MP

ଫ୍ରଣ୍ଟ୍‌ କ୍ୟାମେରା: 32 MP

ବ୍ୟାଟେରୀ: 5,260mAh ୱିଥ୍ 30W ଫାଷ୍ଟ ଚାର୍ଜିଂ ସପୋର୍ଟ

 

 



from Odisha Reporter https://ift.tt/36zhbjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages