ଇଣ୍ଡିଆନ୍ ଆଇଡଲ୍‌ରୁ ବିଦା ହେବେ ଅନୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଇଣ୍ଡିଆନ୍ ଆଇଡଲ୍‌ରୁ ବିଦା ହେବେ ଅନୁ !

ମୁମ୍ବାଇ: ‘ମି ଟୁ’ ଅଭିଯାନ ବେଳେ ଯେଉଁ ସେଲେବ୍ରେଟିମାନେ ଏଥିରେ ଫସିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ। ଏଥିପାଇଁ ତାଙ୍କୁ ସେତେବେଳେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆ ଆଇଡଲ୍‌’ରୁ ବାହାରିବାକୁ ପଡ଼ିଥିଲା। ୟା ଭିତରେ ‘ଇଣ୍ଡିଆନ୍ ଆଇଡଲ୍‌’ର ନୂଆ ସିଜିନ୍ ଆରମ୍ଭ ହୋଇସାରିଛି। ଆଉ ଅନୁ ମଲିକ ପୁଣି ଥରେ ଏହି ସିଜିନ୍‌ରେ ଜଜ୍‌ ସିଟ୍‌ରେ ଅଛନ୍ତି। ହେଲେ ‘ମି ଟୁ’ ବିବାଦ ତାଙ୍କ ପିଛା ଛାଡ଼ୁନି। ସେ ଏହି ଶୋ’ର ନୂଆ ସିଜିନ୍‌କୁ ଜଜ୍‌ ଭାବେ କମ୍‌ବ୍ୟାକ୍ କରିବା ପରଠାରୁ ତାଙ୍କୁ ନେଇ ବିବାଦ ଦେଖାଯାଇଛି। ବିଶେଷ କରି ଗାୟିକା ସୋନା ମହାପାତ୍ର ତାଙ୍କ ବିରୋଧରେ ଅଭିଯାନ ଚଲାଇଛନ୍ତି। ସ୍ଥିତି ଏମିତି ହୋଇଛି ଯେ ଅନୁ ମଲିକ ଶୋ’ରୁ ବିଦା ହୋଇପାରନ୍ତି ବୋଲି କୁହାଯାଉଛି। ଆଉ କେତୋଟି ସପ୍ତାହ ପରେ ତାଙ୍କୁ ଶୋ’ରୁ ହଟାଇ ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

କିଛି ଦିନ ତଳେ ସୋନା ଏକ ଟ୍ୱିଟ୍‌ କରି ଅନୁଙ୍କୁ ‘ଯୌନ ପିପାସୁ’ ବୋଲି କହିଥିଲେ। ତା’ସହିତ ଆଉ ଏକ ନିର୍ଭୟା ଘଟଣା ପରେ ଭାରତ ଜାଗି ଉଠିବ କି ବୋଲି ପ୍ରଶ୍ନ କରିଥିଲେ। ଅନୁଙ୍କ ପାଇଁ ସେ ବ୍ୟବହାର କରିଥିବା ‘ଯୌନ ପିପାସୁ’ ଶବ୍ଦକୁ ସମର୍ଥନ କରି ଅନ୍ୟତମ ଗାୟିକା ନେହା ଭାସିନ ଏକ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ, “ଥରେ ମୁଁ ଅନୁଙ୍କୁ ଦେଖି ଦୌଡ଼ି ପଳାଇଥିଲି। କାରଣ ସେ ଭାରି ଅଜବ ଆଚରଣ କରିଥିଲେ। ସେତେବେଳେ ମୋତେ ୨୧ ବର୍ଷ ହୋଇଥିଲା। ଏକ ଷ୍ଟୁଡିଓରେ ଅନୁ ମୋ ସମ୍ମୁଖରେ ଏକ ସୋଫାରେ ଶୋଇଥିଲେ ଓ ମୋ ଆଖିକୁ ନେଇ କିଛି କହୁଥିଲେ। ତାଙ୍କ ଆଚରଣ ମୋତେ ଅଜବ ଲାଗିଲା। ମୁଁ ନିଜକୁ କୌଣସି ଅପ୍ରୀତିକର ପରିସ୍ଥିତିରେ ପକାଇବାକୁ ଚାହୁଁ ନଥିଲି। ତେଣୁ ସେଠାରୁ ଦୌଡ଼ି ପଳାଇ ଆସିଥିଲି। ଅନୁ ତାଙ୍କଠାରୁ ବୟସରେ ବଡ଼। ସେ ଏମିତି ବ୍ୟବହାର କରିବା ଠିକ୍ ନଥିଲା। ଏହା ତାଙ୍କର ବିକୃତ ମାନସିକତାକୁ ପ୍ରତିପାଦିତ କରୁଛି।”

ସେହିପରି ଏକ ଟ୍ୱିଟ୍ କରି ଯେତେବେଳେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ‘ଇଣ୍ଡିଆନ୍ ଆଇଡଲ୍‌’ର କିଛି ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିଥିଲେ, ସେତେବେଳେ ସୋନା ତାଙ୍କ ଉପରେ ରାଗି ଯାଇଥିଲେ। ତାଙ୍କ ରାଗିବାର କାରଣ ସଚିନ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ନେଇ କିଛି କହି ନଥିଲେ। ଅନୁଙ୍କ କାଣ୍ଡ ବିଷୟରେ ସଚିନ୍ ଅବଗତ ଅଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ୧୯୯୬ରେ ଅନୁଙ୍କୁ କୋର୍ଟକୁ ଟାଣିଥିଲେ ଗାୟିକା ଅଲିଶା ଚିନାଇ। ଅବଶ୍ୟ କିଛି ବର୍ଷ ପରେ ଏ ମାମଲାର ଆପୋଷ ସମାଧାନ ହୋଇଯାଇଥିଲା। ସେହିପରି ‘ମି ଟୁ’ ଅଭିଯାନ ବେଳେ ସୋନାଙ୍କ ସହିତ ଶ୍ୱେତା ପଣ୍ଡିତ୍ ସମେତ ଆଉ କିଛି ମହିଳା ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।



from Odisha Reporter https://ift.tt/2qnN0eC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages