କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା  ତାଳଚେରରେ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ପୂଜା ଭସାଣି ଉତ୍ସବ ବେଳେ କମେଣ୍ଟ ମରାକୁ ନେଇ ପାଟଣା ସାହି ଓ ଭୈରବୀ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ପାଟଣା ସାହିର ଦୁଇ ଜଣ ଯୁବକ ଆହତ ହୋଇଛନ୍ତି।

ଗତକାଲି ବଡଦାଣ୍ଡ ସାହି ମେଳଣ ପଡ଼ିଆରୁ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ବ୍ରାହ୍ମଣୀ ନଦୀ ନିକଟରେ ଥିବା ଅସ୍ଥାୟୀ ଜଳାଶୟକୁ ଶୋଭାଯାତ୍ରାରେ ଯାଉଥିବା ସମୟରେ କମେଣ୍ଟ ମରାକୁ ନେଇ ପାଟଣା ସାହି ଓ ଭୈରବୀ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ଢେଲାପଥର ମାଡ଼ କରିବା ଫଳରେ ଲୋକେ ଭୟଭୀତ ହେବା ସହ ପଥର ମାଡ଼ରେ ବ୍ୟାପକ ଗାଡ଼ି ଓ ଘର କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏନେଇ ପାଟଣା ସାହିର ଯୁବକମାନେ ତାଳଚେର ଥାନାରେ ଅଭିଯୋଗ କରିଛନ୍ତି।

ଚଳିତବର୍ଷ ବଡ଼ଦାଣ୍ଡ ସାହି ଯୁବକ ସଂଘ, ମା ହିଙ୍ଗୁଳା ବଡଦାଣ୍ଡ ସାହି,ସିଂହ ସାହି, ବାପୁଜୀ ନଗର, ନୁଁହୁରା ସାହି,ମୁନିସିପାଲିଟି ବଜାର, ମା ହିଙ୍ଗୁଳା କିଶୋର ଗଞ୍ଜ ପାଟଣା, ଚିତ୍ରକୂଟ ବଜାର, ହନୁମାନ ପଡା, ପାଟଣା ସାହି, କାରିଗର ପଡ଼ା,ବଉଳ ଛକ, ସାରା ଆକାଶ ଅରା ସାହି,କୁମ୍ଭାର ସାହି, କାର୍ଗିଲ ଗ୍ରୁପ ଅରା ସାହି ଓ ଭୈରବୀ ସାହି ପୂଜା କମିଟି କାର୍ତ୍ତିକେଶ୍ୱର ପୂଜାରେ ସାମିଲ ହୋଇଥିଲେ ।



from Odisha Reporter https://ift.tt/2Of6nhW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages