ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-ମାଛଗାଁ ରାସ୍ତାର ଢି଼ଅସାହି ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଯଶୋବନ୍ତ ବର୍ଦ୍ଧନ। ତାଙ୍କ ଘର ବାଲିକୁଦା ଥାନା ଅନ୍ତର୍ଗତ ସାନକାଳରେ।
ଗତକାଲି ବିଳମ୍ବିତ ରାତିରେ ଯଶୋବନ୍ତ ଏକ ସ୍କୁଟିରେ ଜଗତସିଂହପୁର ନିକଟସ୍ଥ ତାଙ୍କର ଜଣେ ବନ୍ଧୁ ଘରକୁ ଯାଉଥିଲେ। ଏହି ସମୟରେ ଢି଼ଅସାହି ନିକଟରେ ରାସ୍ତା ପାର୍ଶ୍ୱରେ ଥୁଆ ହୋଇଥିବା ହାଇୱା ପଛରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଗତସିଂହପୁର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉକ୍ତ ସ୍କୁଟିକୁ ଜବତ କରିଛି।
from Odisha Reporter https://ift.tt/2CTINCk
No comments:
Post a Comment