ପଦାରେ ପଡ଼ିଲା ପ୍ରଶାସନର ମିଛ; ପାଇଖାନା ନଦେଇ ଘୋଷଣା କଲେ ‘ବାହ୍ୟ ମଳମୁକ୍ତ ଗାଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 5, 2019

ପଦାରେ ପଡ଼ିଲା ପ୍ରଶାସନର ମିଛ; ପାଇଖାନା ନଦେଇ ଘୋଷଣା କଲେ ‘ବାହ୍ୟ ମଳମୁକ୍ତ ଗାଁ’

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ସଦର ବ୍ଲକ୍‌ ଲଙ୍କହୁଡ଼ା ପଞ୍ଚାୟତର କୋପସିଂହା ଗାଁ ସ୍କୁଲ୍‌ ନିକଟରେ ରାସ୍ତାକଡ଼ରେ ଲାଗିଛି ଏକ ସାଇନ୍‌ ବୋର୍ଡ। ଏଥିରେ କୋପସିଂହାକୁ ‘ବାହ୍ୟ ମଳ ମୁକ୍ତ’ ଗାଁ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି କିନ୍ତୁ ଗାଁର ବାସ୍ତବ ଚିତ୍ର ପୂରା ଓଲଟା। ସକାଳ ହେଲେ ଗାଁର ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଗଡ଼ୁ କିମ୍ବା ବାଲ୍‌ଟିରେ ପାଣି ଧରି ବିଲ କିମ୍ବା ବୁଦାମୂଳକୁ ଶୌଚ କରିବାକୁ ଯା’ନ୍ତି। କେହି କେହି ନଦୀ ପଠାକୁ ବି ଯା’ନ୍ତି। କାରଣ ଏହା ନୁହେଁ ଯେ ସେମାନେ ପାଇଖାନା ବ୍ୟବହାର କରିବାକୁ ପସନ୍ଦ କରନ୍ତି ନାହିଁ। କାରଣ ଏହା ଯେ ସେମାନଙ୍କ ଘରେ ପାଇଖାନା ନାହିଁ। ଆଉ ଜିଲ୍ଲା ପ୍ରଶାସନ ଏଠାରେ ଲୋକଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନ କରି ଗତ ଅକ୍ଟୋବର ମାସରେ ରାତି ଅଧିରେ ଗାଁକୁ ‘ବାହ୍ୟ ମଳ ମୁକ୍ତ ଗାଁ’ ବୋଲି ଘୋଷଣା କରି ବୋର୍ଡ ଲାଗାଇ ଦେଇଛି। ଏହାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।  

 

ଏନେଇ ଗାଁର ରମ୍ଭାବତୀ କରାଲି କହିଛନ୍ତି,“ଆମ ଗାଁ ଲୋକେ ଶୌଚ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ଜାଣି ନପାରି ରାସ୍ତା ଉପରେ ଶୌଚ କରୁଛନ୍ତି।”

 

କୋପସିଂହା ଓ୍ୱାର୍ଡମେମ୍ବର ଗଜାଧର କମାର କହିଛନ୍ତି,“ବାହ୍ୟମଳମୁକ୍ତ ଗାଁ ବୋଲି ସରକାରଗୋଟେ ବୋର୍ଡ ମାରି ଲୋକଙ୍କୁ ଠକୁଛନ୍ତି। ଗାଁରେ ଗୋଟିଏ ବି ପାଇଖାନା ନାହିଁ। ସବୁ ଲୋକ ବାହାରକୁ ଶୌଚ ପାଇଁ ଯାଉଛନ୍ତି। ପାଇଖାନା ନ ଦେଇ ଖାଲି ବୋର୍ଡ ଟାଙ୍ଗି ଦେଇଛନ୍ତି।”

 

ଏ ଅବସ୍ଥା କେବଳ କୋପସିଂହା ଗାଁର ନୁହେଁ। ଲଙ୍କହୁଡ଼ା ପଞ୍ଚାୟତର ଆଉ ଦୁଇଟି ଗାଁ ଲଙ୍କହୁଡ଼ା ଏବଂ ରୁପିଡ଼ିହିର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏହି ଗାଁ ଗୁଡ଼ିକରେ ପାଇଖାନା ନାହିଁ, କିନ୍ତୁ ଏଗୁଡ଼ିକୁ ବି ‘ବାହ୍ୟ ମଳ ମୁକ୍ତ’ ଗାଁ ବୋଲି ଘୋଷଣା କରି ବୋର୍ଡ ଲଗାଇ ଦିଆଯାଉଛି।

 

ଏହି ତିନୋଟି ଗାଁରେ ଗତ ୨୦୧୨ ମସିହାରେ ‘ଅଲଟ୍ରା ମେଗା ପାୱାର ପ୍ରୋଜେକ୍ଟ’ ପାଇଁ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି ସେହି ଦିନଠାରୁ ଏହି ତିନୋଟି ଗାଁରେ କୌଣସି ପ୍ରକାର ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ ତେବେ ଜମି ଅଧିଗ୍ରହଣ ପରେ ପ୍ରକଳ୍ପ ନହେବା ଯୋଗୁ ଏମାନେ ବିସ୍ଥାପିତ ହୋଇପାରୁନାହାନ୍ତି ଓ ତା’ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ନିକଟରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ବାରମ୍ୱାର ଗାଁ ଲୋକେ ଦାବି କରିଛନ୍ତି। ହେଲେ କଟକଣା ଅଛି କହି ପ୍ରଶାସନିକ ଅଧିକାରୀମାନେ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ରାତାରାତି ‘ବାହ୍ୟ ମଳ ମୁକ୍ତ ଗା’ ବୋର୍ଡ ମାରି ଲୋକଙ୍କ କଟା ଘା’ରେ ଚୂନ ମାରୁଛି ବୋଲି ଅଭିଯୋଗ ହୋଇଛି। 

 

ଏନେଇ ସୁନ୍ଦରଗଡ଼ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଭୁଲ୍‌ ମାନିଛନ୍ତି। ଅଜାଣତରେ ତ୍ରୁଟି ହୋଇଯାଇଛି ବୋଲି କହିବା ସହ ଏହାକୁ ସୁଧାରି ଦିଆଯିବ ବୋଲି କହିଛନ୍ତି।  

 

 



from Odisha Reporter https://ift.tt/2JS84R8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages