ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ’ବୁଲ୍ବୁଲ୍’ ପ୍ରାୟତଃ ଓଡ଼ିଶା ଉପକୂଳ ଛୁଇଁନପାରେ। ଏହା ଏବେ ଅବପାତରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ୪୦ରୁ ୫୦ କି.ମି. ରହିବ। ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ନଅରୁ ୧୦ ତାରିଖ ବେଳକୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିପାଇଁ ରାଜ୍ୟ କୃଷି ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ୯ ତାରିଖ ସନ୍ଧ୍ୟା ସାତଟା ବେଳକୁ ଅସ୍ତରଙ୍ଗଠାରୁ ୧୭୦ କି.ମି. ଦୂରରେ ରହିବ। ସେହିପରି ୧୦ ତାରିଖର ସନ୍ଧ୍ୟା ସାତଟା ବେଳକୁ ପାରାଦୀପଠୁ ୧୬୦ କି.ମି. ଦୂରରେ ରହିବ ଓ ୧୧ ତାରିଖରେ ଧାମରା ଠାରୁ ୧୪୦ କି.ମି. ଦୂରରେ ରହିବ। ୧୦ରୁ ୧୧ ତାରିଖ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।”
ଏସ୍ଆରସି ଆହୁରି କହିଛନ୍ତି“ ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କ ମାଧ୍ୟମରେ କୁହାଯାଇଛି। ୭ ତାରିଖ ସନ୍ଧ୍ୟା ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଏହାସହ କୌଣସି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି।”
from Odisha Reporter https://ift.tt/2PTH0oj
No comments:
Post a Comment