ଆନନ୍ଦ ବଜାରରେ ସେଲଫି ନେଇ ଫଟୋ ଛାଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ଆନନ୍ଦ ବଜାରରେ ସେଲଫି ନେଇ ଫଟୋ ଛାଡ଼ିଲେ

ପୁରୀ(ମଧୁସୂଦନ ମିଶ୍ର): ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ‌ଏହି ଫଟୋକୁ ଗତ ଅଗଷ୍ଟ ୧୯ ତାରିଖରେ ପୋଷ୍ଟ କରିଥିଲେ। ସମ୍ପୃକ୍ତ ଯୁବକ ନିଜକୁ ଜଣେ ଆଷ୍ଟ୍ରୋଲୋଜର ବୋଲି ଫେସବୁକ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଟିକ୍‌ଟିକ୍‌ରେ ଭାଇରାଲ୍ ହୋଇଥିଲା। ଭିଡିଓରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ କଏଦ ହୋଇଥିଲା। ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ବାରଣ ରହିଛି। ତଥାପି କିପରି ଫଟୋ ଭାଇରାଲ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/2OEEkc4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages