ଆଠଗଡ଼(ନୀଳକଣ୍ଠ ଦୋରା): ଆଜି କାର୍ତ୍ତିକ ମାସର ବଡ଼ ଓଷା। ସେଥିପାଇଁ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠା ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ରାତି ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ର୍ନିଘଣ୍ଟ ସମୟ ଅନୁସାରେ ସମ୍ପାଦନ ହୋଇଛିା ଏହାପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।
ଆଜି ମଧ୍ୟରାତ୍ରୀରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ। ସେଥିପାଇଁ ପୂଜକ ପରିବାର ଭୋଗ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
from Odisha Reporter https://ift.tt/2NyBOoA
No comments:
Post a Comment