ମୁମ୍ୱାଇ: ହିନ୍ଦୀ ସିନେମାର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ କଥା ଉଠିଲେ ପ୍ରଥମେ ମଧୁବାଲାଙ୍କର ନାମ ହିଁ ଆସିଥାଏ। ସେ ଦେଖିବାକୁ ଯେମିତି ସୁନ୍ଦର ଥିଲେ ତାଙ୍କ ଅଭିନୟ ବି ସେମିତି ସୁନ୍ଦର ଥିଲା। ଫିଲ୍ମରେ ସେ ଯେଉଁ ସବୁ ଚରିତ୍ରରେ ଅଭିନୟ କରିଥିଲେ, ଲୋକେ ଆଜି ବି ସେଗୁଡ଼ିକୁ ମନେ ପକାଇ ଆଲୋଚନା କରନ୍ତି। ୧୯୬୦ରେ ଫିଲ୍ମ ‘ମୋଗଲ-ଏ-ଆଜମ୍’ରେ ସେ ଅନାରକଲି ଚରିତ୍ରରେ ଅଭିନୟ କରିଥିଲେ। ଆଉ ତାହା ଦର୍ଶକଙ୍କ ହୃଦୟରେ ଚିର ଦିନ ପାଇଁ ଘର କରିନେଇଛି।
ଅନେକ ହିଟ୍ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ମାତ୍ର ୩୬ ବର୍ଷରେ ଏ ଦୁନିଆରୁ ବିଦାୟ ନେଇଥିଲେ। ଏକଦା ‘ଟ୍ରାଜେଡି କିଙ୍ଗ୍’ ଦିଲୀପ କୁମାରଙ୍କ ପ୍ରେମରେ ପଡ଼ିଥିବା ମଧୁବାଲା ବଲିଉଡ୍ର ଅନ୍ୟତମ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରୋଚକ କଥା ରହିଛି। ଆଉ ଏବେ ଏସବୁକୁ ପରଦାରେ ଦେଖିବାକୁ ମିଳିବ।
ଫିଲ୍ମ ‘ଜବ୍ ୱି ମେଟ୍’, ‘ହାଇୱେ’ ଓ ‘ରକ୍ଷ୍ଟାର୍’ ଭଳି ସୁପର୍ ହିଟ୍ ଫିଲ୍ମ ଦେଇଥିବା ବଲିଉଡ୍ର ଅନ୍ୟତମ ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ତଥା ଲେଖକ ଇମ୍ତିଆଜ୍ ଅଲି ଏହି ଅଭିନେତ୍ରୀଙ୍କର ଜୀବନ କାହାଣୀକୁ ପରଦା ଉପରକୁ ଆଣିବାକୁ ଯାଉଛନ୍ତି। ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହା ଏକ ଫିଲ୍ମ ହେବ ନା ୱେବ୍ସିରିଜ୍ ହେବ।
ସୂଚନା ଅନୁଯାୟୀ, ଇମ୍ତିଆଜ୍ ୟା ମଧ୍ୟରେ ମଧୁବାଲାଙ୍କ ବାୟୋପିକ୍ ତିଆରି କରିବା ପାଇଁ ରାଇଟ୍ସ୍ ମଧ୍ୟ କିଣି ସାରିଲେଣି। ଖୁବ୍ଶୀଘ୍ର ସେ ଏହା ଉପରେ କାମ ଆରମ୍ଭ କରିଦେବେ।
from Odisha Reporter https://ift.tt/2QemlLT
No comments:
Post a Comment