‘ଲତା ମଙ୍ଗେଶକର ମୋ ଜୀବନ ବଦଳାଇ ଦେଇଥିଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

‘ଲତା ମଙ୍ଗେଶକର ମୋ ଜୀବନ ବଦଳାଇ ଦେଇଥିଲେ’

ମୁମ୍ୱାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଅସୁସ୍ଥ ଅଛନ୍ତି। ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଆଇସିୟୁରେ ରଖାଯାଇଛି। ଏ ଖବର ପାଇବା ମାତ୍ରେ ସାରା ଦେଶର ଲୋକେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ସେ ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଏକ ସାକ୍ଷାତକାରରେ ଲତା ଦିଦିଙ୍କୁ ମନେ ପକାଇଥିଲେ। ସେ କହିଥିଲେ ଯେ ତାଙ୍କ ସଫଳତା ପଛରେ ଲତା ମଙ୍ଗେଶକରଙ୍କ ବଡ଼ ଯୋଗଦାନ ରହିଛି। ସେ ତାଙ୍କ ଜୀବନ ବଦଳାଇ ଦେଇଥିଲେ।

ଆପଣମାନେ ତ ଜାଣିଥିବେ ଟେଲିଭିଜନ୍‌ ରିଆଲିଟି ଶୋ’ରୁ ସୁନିଧି ବଲିଉଡ୍‌ରେ ପ୍ରବେଶ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ହୋଇଥିବା ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ମେରି ଆୱାଜ୍‌ ସୁନୋ’ରୁ ସୁନିଧି ସମସ୍ତଙ୍କ ପାଖରେ ପରିଚିତ ହୋଇଥିଲେ। ତେବେ ପ୍ରଥମେ ଏହି ଶୋ’ରେ ଭାଗ ନେବାକୁ ସୁନିଧିଙ୍କୁ ତାଙ୍କ ବାପା ଅନୁମତି ଦେଇ ନଥିଲେ। ତେବେ ଯେତେବେଳେ ସେ ଜାଣିଲେ ଯେ ଲତା ମଙ୍ଗେଶକର ଏହି ଶୋ’ରେ ଜଜ୍ ଭାବେ ସାମିଲ ହେବେ, ସେତେବେଳେ ଯାଇ ଏଥିରେ ଭାଗ ନେବାକୁ ସୁନିଧିଙ୍କୁ ଅନୁମତି ଦେଇଥିଲେ।

ଶୋ’ର ଫାଇନାଲ୍ ଏପିସୋଡ୍ କଥା ମ଼ନେ ପକାଇ ସୁନିଧି କହିଥିଲେ, “ଯେତେବେଳେ ମୋତେ ବିଜେତା ଘୋଷଣା କରାଯାଇଥିଲା ଲତା ମଙ୍ଗେଶକର ଖୁସି ହୋଇ ମୋ ଆଖିରୁ ଲୁହକୁ ପୋଛି ଦେଇଥିଲେ ଓ ଟ୍ରଫି ଦେଇଥିଲେ। ତାହା ସହିତ କୌଣସି ଜିନିଷ ଦରକାର ହେଲେ ତାଙ୍କୁ କହିବାକୁ ବି କହିଥିଲେ। ତାଙ୍କର ଏହି କଥା ମୋ ହୃଦୟକୁ ଛୁଇଁଥିଲା ଏବଂ ଜୀବନସାରା ଆଗକୁ ଯିବା ପାଇଁ ପ୍ରେରଣା ମଧ୍ୟ ଦେଇଥିଲା।”



from Odisha Reporter https://ift.tt/2CBzFSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages