ଚାନ୍ଦବାଲି(କିରୀଟି ଦାସ): ଭଦ୍ରକ ଜିଲ୍ଲା ଧାମରାର କାଳିନାଳୀରେ ମାଛଧରା ବୋଟ୍ଟି ଗତକାଲି ବିଳମ୍ବିତ ରାତିରେ ବୁଡ଼ିଯାଇଛି। ତେବେ ବୋଟରେ ଥିବା ସମସ୍ତ ୮ ମତ୍ସ୍ୟଜୀବୀ ବର୍ତ୍ତି ଯାଇଛନ୍ତି। ସେମାନେ ନିକଟ ଜଙ୍ଗଲରେ ସୁରକ୍ଷିତ ଥିବା ସୂଚନା ମିଳିଛି। ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଥିବା ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ଧାମରାରେ ଦେଖିବାକୁ ମିଳିଛି। ଏହା ପ୍ରଭାବରେ ଧାମରାରେ ବର୍ଷା ସାଙ୍ଗକୁ ପବନ ୧୧୦ କି.ମି ବେଗରେ ବୋହୁଛି। ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ଓ ଗାଁରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି ଜାଗାରେ ମଧ୍ୟ ଗଛ ପଡିବାରୁ ଯାତାୟତ ଅସମ୍ଭବ ହୋଇ ପଡ଼ିଛି।
from Odisha Reporter https://ift.tt/2NSemS5
No comments:
Post a Comment