ଭଦ୍ରକରେ ବୁଲ୍‌ବୁଲ୍‌ ତାଣ୍ଡବ; ଲାଗି ରହିଛି ବର୍ଷା, ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

ଭଦ୍ରକରେ ବୁଲ୍‌ବୁଲ୍‌ ତାଣ୍ଡବ; ଲାଗି ରହିଛି ବର୍ଷା, ପବନ

ଭଦ୍ରକ (ଓଡ଼ିଶା ରିପୋର୍ଟର): ‘ବୁଲ୍‌ବୁଲ୍‌’ ପ୍ରଭାବରେ କାଲି ଦିନ ତମାମ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବର୍ଷା ଲାଗି ରହିଥିଲା। ଏହାପରେ ରାତିରେ ପବନର ବେଗ ବଢ଼ିବାରେ ଲାଗିଥିଲା ଏବେବି ପବନ ୮୦ ରୁ ୯୦ କି.ମି. ବେଗରେ ପ୍ରବାହିତ ହେଉଛି । ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି ।

ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ସମେତ ବିଭିନ୍ନ ଗାଁରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି ଜାଗାରେ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି।  ତେବେ ଲୋକେ ନିଜ ଘର ବଞ୍ଚାଇବା ପାଇଁ ନିଜେ ନିଜେ ଗଛ କାଟି ରାସ୍ତା ଅବରୋଧ ହଟାଉଛନ୍ତି  । ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବିମାନେ ନିଜର ଡଙ୍ଗାକୁ ବୈତରଣୀ ନଦୀ ପାର୍ଶ୍ୱରେ ବାନ୍ଧି ଜଗି ରହିଛନ୍ତି। ତେବେ ଏବେବି ବର୍ଷା ଓ ପବନ ଲାଗି ରହିଛି । ବର୍ଷା ଦ୍ୱାରା ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି ।



from Odisha Reporter https://ift.tt/2WYLUCb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages