ପଇଡ଼ ଟ୍ରକରୁ ମିଳିଲା ଲକ୍ଷାଧିକ ଟଙ୍କାର ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ପଇଡ଼ ଟ୍ରକରୁ ମିଳିଲା ଲକ୍ଷାଧିକ ଟଙ୍କାର ଜିନିଷ

ପାରଳାଖେମୁଣ୍ଡି (ଆଦର୍ଶ ଦାସ):  ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ନିକଟରେ ପଇଡ ବୋଝେଇ ଏକ ଟ୍ରକ୍‌ରୁ ଦୁଇ ଶହ କିଲୋ ରକ୍ତଚନ୍ଦନ କାଠ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହି ଘଟଣାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ  ପ୍ରକାଶ ଯାଦବ, ଅଭିଷେକ ମାଝୀ ଓ ମୋହମ୍ମଦ ଆସିଫ ଅଲିଗାଁଜ। ସେମାନଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି।

ନାରାୟଣପୁର ରେଞ୍ଜ ଦେଇ ରକ୍ତ ଚନ୍ଦନକାଠ ଚାଲାଣ କରାଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପୂର୍ବ ଯୋଜନା ମୁତାବକ ବନ କର୍ମଚାରୀ ଚଢ଼ଉ କରି ଦୁଇ ଶହ କିଲୋ ରକ୍ତ ଚନ୍ଦନ କାଠ ଜବତ କରିଥିଲେ । ଏହି ଚନ୍ଦନ କାଠ ଗୋଶାଣି ବ୍ଲକ ଲାବନ୍ୟ ଗଡ ଗାଁରୁ  ଲୋନୀ ବୋର୍ଡର ଦେଇ  ଦିଲ୍ଲୀ ଯାଉଥିବା ନାରାୟଣପୁର ରେଞ୍ଜ ଅଫିସର କହିଛନ୍ତି। 



from Odisha Reporter https://ift.tt/32VMLEU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages