ଦିଲ୍ଲୀର ବାୟୁମଣ୍ଡଳରେ ସୁଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ଦିଲ୍ଲୀର ବାୟୁମଣ୍ଡଳରେ ସୁଧାର

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ପ୍ରଦୂଷଣ ଓ ବାୟୁମଣ୍ଡଳ ବାବଦରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଏହା ପୂର୍ବରୁ ଆଜି ଦିଲ୍ଲୀର ପ୍ରଦୂଷଣକୁ ନେଇ ଟୁଇଟ୍ କରିଛନ୍ତି କେଜ୍ରିଓ୍ୱାଲ। ସେ କହିଛନ୍ତି, ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ିବା କମ୍ ହୋଇଛି। ତେଣୁ ଏବେ ବାୟୁମଣ୍ଡଳର ଗଣବତ୍ତା ବୃଦ୍ଧି ପାଉଛି ବୋଲି କେଜ୍ରିଓ୍ୱାଲ୍ କହିଛନ୍ତି। ତେବେ ଆଜି ମଧ୍ୟ ଦିଲ୍ଲୀର ବାୟୁମଣ୍ଡଳ ‘ଅତ୍ୟଧିକ ଖରାପ’ ଶ୍ରେଣୀର ରହିଛି। ଆଗାମୀ ଦିନରେ ଏହାର ସୁଧାର ଆସିବ ବୋଲି ଜଣାପଡ଼ିଛି। ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୨.୫ ଏମଏମ ରହିଛି। ଯାହାକି ‘ଅତ୍ୟଧିକ ଖରାପ’ ଶ୍ରେଣୀର। ସେହିପରି ଏକ୍ୟୁଆଇ ୩୬୫ ରହିଛି।

ଦିଲ୍ଲୀ ସରକାରଙ୍କ ଉନ୍ନୟନ କମିଶନର ଉପାଧ୍ୟକ୍ଷ ଜସ୍ମିନ୍ ଶାହ ଟୁଇଟ୍ କରି ଏ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି। ଆଜି ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ଅନେକ ସ୍ଥାନରେ ବାୟୁମଣ୍ଡଳର ଗୁଣବତ୍ତା ୨୦୦ ଏମଏମ ରହିଥିବା ଜଣାପଡ଼ିଛି। ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶ, ହରିଆନା ଏବଂ ପଞ୍ଜାବରେ ଚାଷୀ ନଡ଼ା ପୋଡ଼ିବା କମିବା ପରେ ଦିଲ୍ଲୀ ବାୟୁମଣ୍ଡଳରେ ପରିବର୍ତ୍ତନ ହୋଇଛି ବୋଲି ଜସ୍ମିନ୍ କହିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ମାସ ଆରମ୍ଭ ହେବା ମାତ୍ରେ ପଡ଼ୋଶୀ ରାଜ୍ୟର ଚାଷୀ ନଡ଼ା ପୋଡ଼ିଥିଲେ। ଫଳରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଥିଲା।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ନଭେମ୍ୱର ୪ରୁ ୧୫ ଯାଏ ଲାଗୁ କରିଥିଲେ ଦିଲ୍ଲୀ ସରକାର। ସୋମବାର ସମସ୍ତ ରିପୋର୍ଟର ସମୀକ୍ଷା କରିବା ପରେ ଯୁଗ୍ମ-ଅଯୁଗ୍ମ ନିୟମ ନିୟମ ଆଉ ଥରେ ଲାଗୁ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।

ବାୟୁମଣ୍ଡଳରେ ଥିବା ପ୍ରଦୂଷଣ ପାଇଁ ଦିଲ୍ଲୀବାସୀ ଏବେ କାଶ, ଚର୍ମ ରୋଗ, ଗଳାରେ ସଂକ୍ରମଣ, ଆଖି କୁଣ୍ଡେଇ ହେବା, ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ସୂଚନା ରହିଛି। ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ ସରକାରଙ୍କ ଏହି ନିୟମକୁ ନେଇ ଜବାବ ତଲବ କରିସାରିଛନ୍ତି। ଯୁଗ୍ମ-ଅଯୁଗ୍ମ ନିୟମ କରିବା ପରେ କେତେ ପ୍ରଦୂଷଣ ମାତ୍ରା କମିଛି ସେ ବାବଦରେ ତଥ୍ୟ ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।



from Odisha Reporter https://ift.tt/2KqTaS3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages